Masthead

ଭୂତକୁ ମିଳିଛି କୋଭିଡ଼ ଦାୟିତ୍ୱ

ପାପଡ଼ାହାଣ୍ଡି(ବଡ଼ ଖବର ବ୍ୟୁରୋ): ରାଜ୍ୟରେ କୋଭିଡ ପରିଚାଳନା ବେକାବୁ । ଭୂତକୁ ଦିଆଯାଇଛି କୋଭିଡ କଣ୍ଟ୍ରୋଲ ରୁମ ପରିଚାଳନା ଦାୟିତ୍ୱ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକରେ ମୃତ ଶିକ୍ଷକ କରିବେ କୋଭିଡ କଣ୍ଟ୍ରୋଲ ରୁମର କାର୍ଯ୍ୟ । କଥା ଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ବି ସତ । ଜଣେ ମୃତ ଶିକ୍ଷକଙ୍କୁ କୋଭିଡ କାର୍ଯ୍ୟ ପାଇଁ ଚିଠି ଜାରି ହୋଇଛି । ଘଟଣା ଟି ଘଟିଛି ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ବିଇଓଙ୍କ କାର୍ଯ୍ୟାଳୟରେ । ଚଳିତ ମାସ ଅର୍ଥାତ୍ ଜୁଲାଇ ୨୮ ତାରିଖ ସନ୍ଧ୍ୟା ୬ରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ମୃତ ଶିକ୍ଷକ କୋଭିଡ କଣ୍ଟ୍ରୋଲ ରୁମ୍ ଦାୟିତ୍ୱ ସମ୍ଭାଳିବେ ।

କିନ୍ତୁ କୋଭିଡ କଣ୍ଟ୍ରୋଲ ଗୃହରେ ଡିୟୁଟି ପଡ଼ିଥିବା ଶିକ୍ଷକ ୨୦୨୦ ଅଗଷ୍ଟ ୧୬ରେ ନବରଙ୍ଗପୁରର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ପରେ ତାଙ୍କ ନାଁ ଡାବୁଗାଁ ବିଇଓଙ୍କ ଡିୟୁଟି ତାଲିକାରେ ସ୍ଥାନ ପାଇଛି । ଡାବୁଗାଁ ବ୍ଲକ ଅଫିସ ପରିସରରେ କୋଭିଡ ସଂକ୍ରାନ୍ତ ଅଭିଯୋଗ ଗ୍ରହଣ କରିବା ପାଇଁ କୋଭିଡ କଣ୍ଟ୍ରୋଲ ରୁମ୍ ରହିଛି । ବ୍ଲକର ଶିକ୍ଷକ ମାନଙ୍କୁ ୪ ଟି ପର୍ୟ୍ୟାୟରେ କାର୍ୟ୍ୟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ନିର୍ଦ୍ଦେଶ ଅନୁସାରେ ଶିକ୍ଷକ ମେଦିନିକାନ୍ତ ମେହେରଙ୍କୁ କୋଭିଡ କାର୍ଯ୍ୟ ପାଇଁ ଚିଠି ଜାରି ହୋଇଛି । ଜୁଲାଇ ୨୮ ତାରିଖ ସନ୍ଧ୍ୟା ୬ ଘଣ୍ଟ ରୁ ରାତ୍ର ୧୦ ଘଣ୍ଟ ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବା ନେଇ ଚିଠିରେ ଉଲ୍ଲେଖ ରହିଛି । ଶିକ୍ଷକ ମେଦିନିକାନ୍ତ ମେହେରଙ୍କର ବର୍ଷେ ହେଲା ମୃତ୍ୟୁ ହୋଇଥିଲେ ମଧ୍ୟ ବିଇଓ କିପରି ତାଙ୍କ ନାମ ଡିୟୁଟି ଚାର୍ଟରେ ଉଲ୍ଲେଖ କଲେ ସମସ୍ତଙ୍କୁ ଚକିତ କରିଛି । ବିଇଓଙ୍କ କାର୍ଯ୍ୟ ଦକ୍ଷତା ଓ ସରକାରଙ୍କ କୋଭିଡ ପରିଚାଳନା ତରିକା ଏହି ଘଟଣାରୁ ଜଳଜଳ ହୋଇ ଦିଶୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ