Masthead

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ସ୍ପେଶାଲ ସ୍କ୍ୱାଡ଼

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ପାକିସ୍ତାନର ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ସ୍ପେଶାଲ ସ୍କ୍ୱାଡ଼ । ଘଟଣାରେ ୨ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ମୋଟ ୬ ଜଣଙ୍କୁ କାବୁ କରାଯାଇଛି । ଅଭିଯୁକ୍ତମାନେ ପାକିସ୍ତାନରେ ଟ୍ରେନିଂ ନେଇ ଭାରତରେ ପ୍ରବେଶ କରିଥିଲେ । ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବାର ସୂଚନା ମିଳିଛି । ଗୁଇନ୍ଦା ସଂସ୍ଥାକୁ ଏ ବାବଦରେ ଖବର ମିଳିବା ପରେ ଦେଶର ବିଭିନ୍ନ ରାଜ୍ୟରେ ଚଢଉ କରିଥିଲା । ଗିରଫ ହୋଇଥିବା ପାକିସ୍ତାନୀ ନାଗରିକ, ଭାରତରେ ଆତଙ୍କୀ ମଡ୍ୟୁଲ୍‌କୁ ପରିଚାଳନା କରୁଥିଲେ । ଏ ସମସ୍ତଙ୍କୁ ଗିରଫ କରାଯାଇ ପଚରାଉଚରା ଆରମ୍ଭ ହୋଇଛି ।

ତେବେ ସବୁଠାରୁ ବଡ କଥା ହେଉଛି ଏମାନଙ୍କୁ ପାକିସ୍ତାନରୁ ଇସାରା ମିଳୁଥିଲା ଏବଂ ଏମାନେ ଦିଲ୍ଲୀରେ ରହି ସେହି ଅନୁସାରେ ଷଡଯନ୍ତ୍ର ଚଳାଉଥିଲେ । ଗୁଇନ୍ଦା ସଂସ୍ଥାକୁ ଏ ବାବଦରେ ଖବର ମିଳିବା ପରେ ଦେଶର ବିଭିନ୍ନ ରାଜ୍ୟରେ ଚଢଉ ଜାରି କରିଥିଲା । ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଚଢଉ କରାଯାଇଥିଲା । ଦିଲ୍ଲୀରେ ଚଢଉ ବେଳେ ୬ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାଡ୍‌ । ଗିରଫ ସନ୍ଧିଗ୍ଧଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଆକ୍ରମଣ ପାଇଁ ବ୍ୟବହାର କରିବାକୁ ଥିବା ସାମଗ୍ରୀ ଜବତ କରାଯାଇଛି । ମୋଟ ୬ ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୨ ପାକିସ୍ତାନୀ ହିଁ ମାଷ୍ଟରମାଇଣ୍ଡ ଅଛନ୍ତି । ଯେଉଁମାନେ କି ପାକିସ୍ତାନ ଇସାରାରେ କାମ କରୁଥିଲେ ଏବଂ ଭାରତରେ ବଡ ଧରଣର ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ