Before Header

ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କଲା ସ୍ପେଶାଲ ସ୍କ୍ୱାଡ଼

0 24

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ରାଜଧାନୀ ଦିଲ୍ଲୀରେ ପାକିସ୍ତାନର ଆକ୍ରମଣ ଯୋଜନାକୁ ପଣ୍ଡ କରିଛି ସ୍ପେଶାଲ ସ୍କ୍ୱାଡ଼ । ଘଟଣାରେ ୨ ଜଣ ପାକିସ୍ତାନୀ ନାଗରିକଙ୍କ ସମେତ ମୋଟ ୬ ଜଣଙ୍କୁ କାବୁ କରାଯାଇଛି । ଅଭିଯୁକ୍ତମାନେ ପାକିସ୍ତାନରେ ଟ୍ରେନିଂ ନେଇ ଭାରତରେ ପ୍ରବେଶ କରିଥିଲେ । ଦିଲ୍ଲୀରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଥିବାର ସୂଚନା ମିଳିଛି । ଗୁଇନ୍ଦା ସଂସ୍ଥାକୁ ଏ ବାବଦରେ ଖବର ମିଳିବା ପରେ ଦେଶର ବିଭିନ୍ନ ରାଜ୍ୟରେ ଚଢଉ କରିଥିଲା । ଗିରଫ ହୋଇଥିବା ପାକିସ୍ତାନୀ ନାଗରିକ, ଭାରତରେ ଆତଙ୍କୀ ମଡ୍ୟୁଲ୍‌କୁ ପରିଚାଳନା କରୁଥିଲେ । ଏ ସମସ୍ତଙ୍କୁ ଗିରଫ କରାଯାଇ ପଚରାଉଚରା ଆରମ୍ଭ ହୋଇଛି ।

ତେବେ ସବୁଠାରୁ ବଡ କଥା ହେଉଛି ଏମାନଙ୍କୁ ପାକିସ୍ତାନରୁ ଇସାରା ମିଳୁଥିଲା ଏବଂ ଏମାନେ ଦିଲ୍ଲୀରେ ରହି ସେହି ଅନୁସାରେ ଷଡଯନ୍ତ୍ର ଚଳାଉଥିଲେ । ଗୁଇନ୍ଦା ସଂସ୍ଥାକୁ ଏ ବାବଦରେ ଖବର ମିଳିବା ପରେ ଦେଶର ବିଭିନ୍ନ ରାଜ୍ୟରେ ଚଢଉ ଜାରି କରିଥିଲା । ସ୍ପେଶାଲ ସ୍କ୍ବାଡ୍‌ ପକ୍ଷରୁ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ଚଢଉ କରାଯାଇଥିଲା । ଦିଲ୍ଲୀରେ ଚଢଉ ବେଳେ ୬ ଜଣଙ୍କୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ବାଡ୍‌ । ଗିରଫ ସନ୍ଧିଗ୍ଧଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି । ଆକ୍ରମଣ ପାଇଁ ବ୍ୟବହାର କରିବାକୁ ଥିବା ସାମଗ୍ରୀ ଜବତ କରାଯାଇଛି । ମୋଟ ୬ ଜଣ ଗିରଫ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୨ ପାକିସ୍ତାନୀ ହିଁ ମାଷ୍ଟରମାଇଣ୍ଡ ଅଛନ୍ତି । ଯେଉଁମାନେ କି ପାକିସ୍ତାନ ଇସାରାରେ କାମ କରୁଥିଲେ ଏବଂ ଭାରତରେ ବଡ ଧରଣର ବିସ୍ଫୋରଣ ପାଇଁ ଯୋଜନା କରୁଥିଲେ ।

Leave A Reply

Your email address will not be published.