Masthead

ମାଆ ହେବ ମଲ୍ଲୀ: ଭିତରକନିକା କୋଳରେ ଖେଳିବେ କୁନି କୁନି ଧଳା କୁମ୍ଭୀର ଛୁଆ

ଭିତରକନିକା (ବଡ଼ ଖବର ବ୍ୟୁରୋ): ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନର ଶୋଭା ବଢାଉଛି ଧଳା କୁମ୍ଭୀର । ଏହି ପ୍ରଜାତିର ଦୁଇଟି କୁମ୍ଭୀର ମଲ୍ଲୀ ଓ ଗୋରୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛନ୍ତି । ଭିତରକନିକାକୁ ଛାଡିଦେଲେ ବିଶ୍ୱର ଅନ୍ୟ କେଉଠି ଏହି ପ୍ରଜାତିର କୁମ୍ଭୀର ଦେଖିବାକୁ ମିଳନ୍ତି ନାହିଁ । ଏବେ ମଲ୍ଲୀ ମାଆ ହୋଇଛି । ଦେଇଛି ଅଣ୍ଡା । ଦୀର୍ଘଦିନ ପରେ ମଲ୍ଲୀ ମଆ ହୋଇଛି ।

ଆଉ ଗୋରୀ ମନଲାଖି ସାଥୀ ପାଉନଥିବାରୁ ମାତୃତ୍ୱରୁ ବଞ୍ଚିତ ହୋଇଛି । ବିଶ୍ୱରେ ବିରଳ ଧଳାକୁମ୍ଭୀର ମଲ୍ଲୀ ମାଆ ହେବ । ଜାତୀୟ ଉଦ୍ୟାନରେ ଥିବା ଦ୍ବିତୀୟ ଧଳାକୁମ୍ଭୀର ମଲ୍ଲୀ ଚଳିତ ବର୍ଷ ଅଣ୍ଡା ଦେଇଛି । ୨୦୦୩ ରୁ ଆଜି ଯାଏ ଆବଦ୍ଧ ଜଳାଶୟରେ ରହୁଥଲା ମଲ୍ଲୀ । ଜଳାଶୟର ଉଚ୍ଚସ୍ଥାନକୁ ଉଠି ହେନ୍ତାଳ ପତ୍ର ଓ ଖରଖରି ପତ୍ର ପକାଇ ବସା କରି ଅଣ୍ଡାଦେଇଛି। ଆଉ ଅଣ୍ଡାକୁ ଜଗି ରହିଛି ମଲ୍ଲୀ ।

ମଲ୍ଲୀ ୨୦୧୮ମସିହାରେ ପ୍ରଥମ ଥର ପାଇଁ ୧୮ଟି ଅଣ୍ଡା ଦେଇଥିଲା । ପୁରୁଷ କୁମ୍ଭୀର ସହ ମଲ୍ଲୀ ମିଳନ ପ୍ରକ୍ରିୟାରେ ସାମିଲ ହୋଇ ନଥିବାରୁ ଅଣ୍ଡା ଗୁଡିକରୁ ଛୁଆ ବାହାରି ନଥିଲା । ସେତେବେଳେ ସେହି ଅଣ୍ଡାଗୁଡିକୁ ବନବିଭାଗ ମଲ୍ଲୀର ବାଆ ଅଣ୍ଡା ବୋଲି ଗ୍ରହଣ କରିନେଇଥିଲା। ମଲ୍ଲୀକୁ ଏବେ ୧୮ବର୍ଷ । ଦ୍ବିତୀୟ ଥର ପାଇଁ ମାଆ ହୋଇଛି । ପ୍ରଜନନ ଋତୁରେ ଅଣ୍ଡା ଦେଇଛି । କିନ୍ତୁ ଚଳିତବର୍ଷ ପୁରୁଷ କୁମ୍ଭୀର ସହିତ ମଲ୍ଲୀର ମିଳନ ପାଇଁ ବନ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିବାରୁ ମଲ୍ଲୀ ଅଣ୍ଡା ଦେଇଥିଲେ ବି ମା ହେବ କି ନାହିଁ ଆଶଙ୍କା ରହିଛି।

ସେପଟେ ଭିତରକନିକାରେ ଥିବା ଦେଶର ପ୍ରଥମ ଧଳାକୁମ୍ଭୀର ଗୋରୀ ଜନ୍ମ ହେବାର ୪୬ବର୍ଷ ପରେ ମଧ୍ୟ ମାଆ ହୋଇପାରି ନାହିଁ । ୧୯୮୭ରେ ଗୋରୀ ସହ ପୁରୁଷ କୁମ୍ଭୀରର ମିଳନ ପାଇଁ ବ୍ୟବସ୍ଥା କରାଯାଇଥିଲା । ଗୋରୀ କାହାକୁ ଉପଯୁକ୍ତ ସାଥୀ ଭାବରେ ଆଜି ଯାଏ ଗ୍ରହଣ କରିନି । ମାଆ ବି ହୋଇପାରିନି । ଗୋରୀର ଦୁଃଖ, ସେ ବାରମ୍ବାର ଅଣ୍ଡା ଦେଉଥିଲେ ମଧ୍ୟ ମାତୃତ୍ବ ଲାଭରୁ ବଞ୍ଚିତ । ଗୋରୀର ଦୁଃଖ ମଲ୍ଲୀ କ୍ଷେତ୍ରରେ ପୁନରାବୃତ୍ତି ନହେଉ । ବନବିଭାଗ ମଲ୍ଲୀ ପାଇଁ ଉପଯୁକ୍ତ ସାଥୀ ଖୋଜୁ ବୋଲି ପରିବେଶବିତ ଦାବି କରିଛନ୍ତି । ଆଉ କିଛି ଦିନ ପରେ ଭିତରକନିକା କୋଳରେ ଖେଳିବେ କୁନି କୁନି ଧଳା କୁମ୍ଭୀର ଶାବକ। ସେଥିପାଇଁ ପରିବେଶ ପ୍ରେମୀ ବେଶ୍ ଖୁସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼