Masthead

୨୦୨୨ରୁ ପୁରୀରୁ ଉଡ଼ିବ ବିମାନ

ପୁରୀ(ବଡ଼ ଖବର ବ୍ୟୁରୋ): ପୁରୀରୁ ଉଡ଼ିବ ବିମାନ । ୨୦୨୨ରୁ ପୁରୀରୁ ବିମାନ ଉଡ଼ିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି ଆସନ୍ତା ୨୦୨୨-୨୩ ସୁଦ୍ଧା ପୁରୀରୁ ବିମାନ ଉଡ଼ିବ । ଯଦି କାମ ଠିକଠାକ ଚାଲେ ତେବେ ଏହା ଆହୁରି ଶୀଘ୍ର ହୋଇପାରିବ । କରୋନା ପାଇଁ ବିମାନବନ୍ଦର ଉନ୍ନତିକରଣ ପ୍ରଭାବିତ ଅଛି । ରାଉରକେଲା, ଉତକେଲା, ଜୟପୁର, ରଙ୍ଗେଇଲୁଣ୍ଡାରୁ ଉଡ଼ାଣ ପାଇଁ ସହଯୋଗ କରୁଛୁ। ଏହାସହ ସମସ୍ତ ଅବିଭକ୍ତ ଜିଲ୍ଲାରେ ଏୟାରଷ୍ଟ୍ରିପ ଉନ୍ନତି ପାଇଁ ଆଲୋଚନା ଚାଲିଛି ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ସେପଟେ ଡାକୋଟା ବିମାନ ପାଇଁ ଜାଗା ଚିହ୍ନଟ ହୋଇଯାଇଥିବା କହିଛନ୍ତି ପରିବହନ ମନ୍ତ୍ରୀ। ଭୁବନେଶ୍ୱର ବିମାନ ବନ୍ଦର ନିକଟରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ରଖିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏୟାରପୋର୍ଟ ଅଥରିଟିଙ୍କୁ ରାଜ୍ୟ ସରକାର ଚିଠି ଲେଖିଥିଲେ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ କିଛି ଦିନ ତଳେ ବିମାନବନ୍ଦର ପାଇଁ କେନ୍ଦ୍ରୀୟ ଟିମ ଆସି ଯାଗା ପରିଦର୍ଶନ କରିଯାଇଥିଲେ । ପୁରୀକୁ ପ୍ରତିବର୍ଷ ଲକ୍ଷାଧିକ ପର୍ଯ୍ୟଟକ ଆସୁଛନ୍ତି । ବିମାନବନ୍ଦର ହେବା ଦ୍ୱାରା ବହୁ ଲୋକ ଉପକୃତ ହେବା ସହ ପୁରୀକୁ ଆଗ ଅପେକ୍ଷା ଅଧିକ ପର୍ଯ୍ୟଟକ ଆସିବାର ସମ୍ଭାମନା ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ