Masthead

ଡ୍ରୋନ୍ ବ୍ୟବହାର ଉପରେ ଲାଗିଲା କଟକଣା

(ବଡ଼ ଖବର ବ୍ୟୁରୋ): ଜମ୍ମୁ ବିମାନବନ୍ଦରେ ଥିବା ବାୟୁସେନାର ଷ୍ଟେସନ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣର କିଛି ଦିନ ପରେ କଡା ଆଭିମୁଖ୍ୟ ଦେଖାଇଛି ଜମ୍ମୁକାଶ୍ମୀର ପ୍ରଶାସନ । ଶ୍ରୀନଗରରେ ଡ୍ରୋନ୍ ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି । ଏପରିକି ଏହି ଅଞ୍ଚଳରେ ଡ୍ରୋନକୁ କେହି ରଖିପାରିବେନି କି ଉଡାଇ ପାରିବେନି ବୋଲି କୁହାଯାଇଛି । ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି ।

ଏଥିସହ, ଯେଉଁମାନଙ୍କ ନିକଟରେ ଡ୍ରୋନ୍ କ୍ୟାମେରା କିମ୍ବା ସେହିପରି କିଛି ସାମଗ୍ରୀ ରହିଛି, ତାକୁ ନିକଟସ୍ଥ ପୋଲିସ ଷ୍ଟେସନରେ ଜମା କରିବାକୁ ପୋଲିସ ପକ୍ଷରୁ କୁହାଯାଇଛି । ବାୟୁସେନା ଷ୍ଟେସନ ଉପରେ ହୋଇଥିବା ଆକ୍ରମଣ ଭଳି ଆକ୍ରମଣର ଆଶଙ୍କା ରହିଥିବାରୁ ସୁରକ୍ଷା ଦୃଷ୍ଟିକୋଣରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି । ଏହା ପୂର୍ବରୁ ସୀମାବର୍ତ୍ତୀ ଜିଲ୍ଲା ରଜୌରୀ ଓ କାଠୁଆ ଅଞ୍ଚଳରେ ଡ୍ରୋନ୍ ଉଡାଣ ଉପରେ କଟକଣା ଲଗାଇଥିଲା ଜମ୍ମୁକାଶ୍ମୀର ପ୍ରଶାସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ