Masthead

ମାଗଣାରେ ଦିଆଯିବ ସ୍ପୁଟନିକ୍-ଭି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଜାରି ରହିଛି ଟିକାକରଣ । ମହାମାରୀକୁ ନିୟନ୍ତ୍ରଣକୁ ଆଣିବାକୁ ସରକାର ଜାରି ରଖିଛନ୍ତି ଟିକାକରଣ। ଏଥିପାଇଁ ଲୋକଙ୍କୁ ବ୍ୟାପକ ସଂଖ୍ୟାରେ ଟିକା ଦିଆଯାଉଛି । ବର୍ତ୍ତମାନ ଟିକାକରଣ କେନ୍ଦ୍ରରେ କେବଳ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଉପଲବ୍ଧ ହେଉଛି । ଖୁବଶୀଘ୍ର ଦେଶରେ ଉପଲବ୍ଧ ହେବ ଋଷର ଟିକା ସ୍ପୁଟନିକ୍-ଭି । କୋଭିଡ-୧୯ ୱାର୍କିଂ ଗ୍ରୁପ୍‌ର ସଭାପତି ଡକ୍ଟର ଏନ.କେ ଆରୋରା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଟିକାକରଣ କେନ୍ଦ୍ରରେ ସ୍ପୁଟନିକ୍-ଭି ଟିକା ମାଗଣାରେ ଉପଲବ୍ଧ ହେବ ।

ବର୍ତ୍ତମାନ ସୁଦ୍ଧା ସ୍ପୁଟନିକ-ଭି କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେଉଛି । ଆମେ ଆମର ମାଗଣା ଟିକାକକଣ କାର୍ଯ୍ୟକ୍ରମ ଅଧୀନରେ ଆମେ ଏହାକୁ ଉପଲବ୍ଧ କରାଇବୁ । କିନ୍ତୁ ଏହା ଟିକା ଯୋଗାଣ ଉପରେ ନିର୍ଭର କରୁଛି । ପୋଲିଓ ଟିକା ଗଚ୍ଛିତ ରଖିବା ପାଇଁ ବ୍ୟବହୃତ ଶୀତଳ ଶୃଙ୍ଖଳା ସୁବିଧା ସ୍ପୁଟନିକ୍-ଭି ସଂରକ୍ଷଣ ପାଇଁ ବ୍ୟବହୃତ ହେବ ବୋଲି ଆରୋରା କହିଛନ୍ତି । ଏହା ମଧ୍ୟ ନିଶ୍ଚିତ କରିବ ଯେ ପୋଲିଓ ଅଭିଯାନ ଭଳି ଏହି ଟିକା ପ୍ରତି ଗ୍ରାମାଞ୍ଚଳରେ ପହଞ୍ଚିବ। ଜୁଲାଇ ଶେଷ ସୁଦ୍ଧା ୧୨ ରୁ ୧୬ କୋଟି ଅଧିକ ଡୋଜ ଦିଆଯିବା ଟାର୍ଗେଟ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ