Masthead

ସିବିଏସଇ ଦଶମ-ଦ୍ୱାଦଶ ପରୀକ୍ଷାରେ ବଡ଼ଧରଣର ପରିବର୍ତ୍ତନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷର ଛାତ୍ରଛାତ୍ରୀ ବର୍ଷକୁ ଦୁଇଟି ବୋର୍ଡ ପରୀକ୍ଷା ଦେବେ । ପରୀକ୍ଷାକୁ ଦୁଇ  ଭାଗରେ ବିଭକ୍ତ କରାଯାଇଛି । ମୋଟ୍ ସିଲାବସ୍ ୫୦% ଲେଖାଏଁ ପାଠକୁ ନେଇ ଟର୍ମ-୧ ଓ ଟର୍ମ-୨ ପରୀକ୍ଷା କରାଯିବ। ଉଭୟ ପରୀକ୍ଷାର ମାର୍କକୁ ମିଶାଇ ଚୂଡ଼ାନ୍ତ ରେଜଲ୍ଟ ପ୍ରକାଶ ପାଇବ।

ନଭେମ୍ବର-ଡିସେମ୍ବରରେ ଟର୍ମ-୧ ଏବଂ ମାର୍ଚ୍ଚ ଏପ୍ରିଲରେ ଟର୍ମ-୨ ପରୀକ୍ଷା । ବିଜ୍ଞପ୍ତି ଅନୁଯାୟୀ, ପରୀକ୍ଷା ପାଇଁ ସିବିଏସ୍ଇ ପକ୍ଷରୁ ପ୍ରଶ୍ନପତ୍ର ସହ ମାର୍କିଂ ପଦ୍ଧତି ସ୍କୁଲଗୁଡ଼ିକୁ ପଠାଇବ। ଏକ୍ସଟରନାଲ ସୁପରିନ୍ଟେଣ୍ଡେଣ୍ଟ ଓ ସିବିଏସ୍ଇ ଦ୍ବାରା ନିଯୁକ୍ତ ନୀରକ୍ଷକଙ୍କ ତତ୍ତ୍ବାବଧାନରେ ପରୀକ୍ଷା ହେବ। ୫୦% ସିଲାବସ୍ ଶେଷ ହେବା ପରେ ଟର୍ମ ପରୀକ୍ଷା ହେବ। ପରୀକ୍ଷାଗୁଡ଼ିକର ସମୟ ଅବଧି ୯୦ ମିନିଟ୍ ରହିବ।

ପ୍ରଶ୍ନପତ୍ରରେ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ଆସିବ। ୪ରୁ ୮ସପ୍ତାହ ଧରି ଦେଶ ଓ ବିଦେଶରେ ଥିବା ସିବିଏସ୍ଇ ଅଧୀନ ବିଦ୍ୟାଳୟରେ ପରୀକ୍ଷା ଅନୁଷ୍ଠିତ ହେବ। ସେହି ଅନୁଯାୟୀ ବୋର୍ଡ ପକ୍ଷରୁ ସ୍କୁଲଗୁଡ଼ିକୁ ତାରିଖ ଜଣାଇ ଦିଆଯିବ। ସେହିପରି ଟର୍ମ-୨ ପରୀକ୍ଷା ମାର୍ଚ୍ଚ ଓ ଏପ୍ରିଲରେ କରାଯିବ। ବାକି ୫୦% ସିଲାବସ୍ ଆଧାରରେ ପ୍ରଶ୍ନପତ୍ର ଆସିବ। ଦୁଇ ଘଣ୍ଟା ଅବଧିର ଏହି ପରୀକ୍ଷାରେ ସଂକ୍ଷିପ୍ତ ଓ ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ। ଯଦି କରୋନା ସ୍ଥିତିରେ ସୁଧାର ନ ଆସେ, ଶେଷ ମୁହୂର୍ତ୍ତରେ ୯୦ ମାର୍କର ମଲଟିପୁଲ୍ ଚଏସ୍ ପରୀକ୍ଷା କରାଯିବ। ବୋର୍ଡ ପକ୍ଷରୁ ମାର୍ଚ୍ଚ ମାସରେ ଜାରି ହୋଇଥିବା ସଂକ୍ଷିପ୍ତ ସିଲାବସ୍ ଅନୁସାରେ ପାଠପଢ଼ା ହେବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ