Masthead

ହିମାଚଳରେ ବୀରଭଦ୍ର ଯୁଗର ଅନ୍ତ

ହିମାଚଳପ୍ରଦେଶ(ବଡ଼ ଖବର ବ୍ୟୁରୋ): ହିମାଚଳ ହରାଇଛି ରାଜା ସାହେବଙ୍କୁ । ପରଲୋକରେ ରାଜ୍ୟର ୬ ଥରର ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂ । ଦୀର୍ଘ ୫୦ବର୍ଷ ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ବୀରଭଦ୍ର ଗୁରୁବାର ସକାଳୁ ଇହଧାମ ତ୍ୟାଗ କରିଛନ୍ତି । ଦୁଇ ଦୁଇ ଥର କୋଭିଡ୍ ସହ ଲଢ଼େଇ କରି ସୁସ୍ଥ ହେବା ପରେ ତାଙ୍କର ଦେହାନ୍ତ ହୋଇଛି । ହିମାଚଳ ପ୍ରଦେଶ ବିଧାନସଭାକୁ ସେ ୯ ଥର ନିର୍ବାଚିତ ହୋଇଥିବା ବେଳେ ୬ ଥର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ସେହିଭଳି ୫ଥର ସଂସଦକୁ ସେ ନିର୍ବାଚିତ ହୋଇଥିଲେ । ବୀରଭଦ୍ର ନିଜ ରାଜନୈତିକ କ୍ୟାରିୟର ୨୭ ବର୍ଷ ବୟସରେ ଆରମ୍ଭ କରିଥିଲେ । ୧୯୬୨ରେ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ପରେ ସେ ୧୯୬୭,୧୯୭୧,୧୯୮୦ରେ ସାଂସଦ ଭାବେ ନିର୍ବାତିତ ହୋଇଥିଲେ । ୧୯୮୩ରେ ସେ ପ୍ରଥମଥର ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ । ସେତେବେଳେ ସେ ତକ୍ରାଳୀନ ନେତା ରାମ ଲାଲଙ୍କ ସ୍ଥାନ ନେଇଥିଲେ । ୧୯୯୦ ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ରହିଥିଲେ । ୧୯୩୪ ଜୁନ ୨୩ରେ ଶିମଲାରେ ସାରାହାନ ରାଜ ପରିବାରରେ ଜନ୍ମ ନେଇଥିବା ବୀରଭଦ୍ର ୧୯୪୭ ମସିହାରେ ୧୩ ବର୍ଷ ବୟସରେ ରାଜା ଭାବେ ଅଭିଷିକ୍ତ ହୋଇଥିଲେ । ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜରୁ ସ୍ନାତକ ହାସଲ କରିଥିଲେ ବୀରଭଦ୍ର । ୨୬ ବର୍ଷ ବୟସରେ ୧୯୬୧ରେ କଂଗ୍ରେସରେ ସାମିଲ ହୋଇଥିଲ୍ରେ । ପର ବର୍ଷ ସେ ମହୁସା ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ସେତେବେଳେ ସେ ଲୋକସଭାର ସର୍ବକନିଷ୍ଠ ସଦସ୍ୟ ଥିଲେ ।

୧୯୬୭ରେ ସେ ମଣ୍ଡି ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ୧୯୭୧,୧୯୮୦,୨୦୦୯ରେ ସେ ପୁଣି ଥରେ ସେହି ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ । ୧୯୭୬-୭୭ରେ କେନ୍ଦ୍ର ସରକାରରେ ସଂସ୍କୃତି ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ । ୧୯୮୦ରୁ ୮୩ ପର୍ଯ୍ୟନ୍ତ ଶିଳ୍ପ ରାଜ୍ୟମନ୍ତ୍ରୀ ହୋଇଥିଲେ । ମେ ୨୦୦୯ ରୁ ୨୦୧୧ ଜାନୁୟାରୀ ପର୍ଯ୍ୟନ୍ତ ସେ କେନ୍ଦ୍ରରେ ଇସ୍ପାତ ମନ୍ତ୍ରୀ ଦାୟିତ୍ୱରେ ଥିଲେ ପରେ ଏମଏସଏମଇ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ।

୨୦୧୨ରେ ଦୁର୍ନୀତି ଅଭିଯୋଗ ପରେ ସେ ଇସ୍ତଫା ଦେଇଥିଲେ । ୨୦୧୫ ମସିହାରେ ଦୁର୍ନୀତି ଅଭିଯୋଗରେ ସିବିଆଇ ବୀରଭଦ୍ର ଏବଂ ତାଙ୍କ ପରିବାର ବିରୋଧରେ ମାମଲା ଦାୟର କରିଥିଲା । ୨୦୦୯ରୁ ୧୧ ପର୍ଯ୍ୟନ୍ତ କେନ୍ଦ୍ରମନ୍ତ୍ରୀ ଥିବା ବେଳେ ସେ ୬.୧ କୋଟି ଟଙ୍କାର ଆୟଠାରୁ ଅଧିକ ମାମଲାରେ ତାଙ୍କ ବିରୋଧରେ ସିବିଆଇ ଅଭିଯୋଗ ଫର୍ଦ୍ଦ ଦାଖଲ କରିଥିଲା । ବୀରଭଦ୍ର ସିଂହଙ୍କ ପରିବାରରେ ପତ୍ନୀ ପ୍ରତିଭା ସିଂହ, ପୁଅ ବିକ୍ରମାଦିତ୍ୟ ସିଂହ, ଦୁଇ ଝିଅ ଅଭିଳାଶା ଏବଂ ଅପରାଜିତା ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା