Masthead

ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ‘କୋଭାକ୍ସିନ୍‌’କୁ ମିଳିପାରେ ମଞ୍ଜୁରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ‘କୋଭାକ୍ସିନ୍‌’କୁ ନେଇ ଆସିଲା ଏକ ଖୁସି ଖବର । ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କରୋନା ଟିକା ‘କୋଭାକ୍ସିନ୍‌’କୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ଖୁବଶୀଘ୍ର ମଞ୍ଜୁରୀ ମିଳିପାରେ। ଏନେଇ ସୂଚନା ଦେଇଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡ଼.ସୌମ୍ୟା ସ୍ୱାମୀନାଥନ । ସେ କହିଛନ୍ତି, କୋଭାକ୍ସିନ୍‌ର ଥାର୍ଡ ଫେଜ୍ ଟ୍ରାଏଲ୍‌ର ଫଳାଫଳ ଭଲ ରହିଛି। ଫଳରେ ଖୁବଶୀଘ୍ର କୋଭାକ୍ସିନ୍‌କୁ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ମଞ୍ଜରୀ ମିଳିବା ନେଇ ଆଶା କରାଯାଉଛି ।

ଏହି ଟିକା ଏକାଧିକ ପ୍ରକାରର ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ। ଡେଲଟା ଭାରିଏଣ୍ଟ ବିରୁଦ୍ଧରେ ଏହାର ପ୍ରଭାବ ଆଶା କରାଯାଉଥିବା ଠାରୁ କମ୍ ରହିଛି। ତଥାପି ଏହା ବେଶ ଭଲ ଫଳାଫଳ ଦେଉଛି। ସ୍ୱମୀନାଥନ ଆହୁରି କହିଛନ୍ତି, ଜରୁରୀକାଳିନ ବ୍ୟବହାର ତାଲିକାରେ ସାମିଲ ହୋଇଥିବା ସମସ୍ତ ଟିକା ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ।

ଯଥା ସମ୍ଭବ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଆମେ ଚେଷ୍ଟା ମଧ୍ୟ ଜାରି ରଖିଛୁ। ଆମେରିକାକୁ ଛାଡି ବିଶ୍ୱର ଅଧିକାଂଶ ସ୍ଥାନରେ କରୋନା ମାମଲା କ୍ଷିପ୍ର ଗତିରେ ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ସୁଧାର ଆସିନାହିଁ। ଭାରତରେ ଅତି କମରେ ୬୦-୭୦ ପ୍ରତିତଶ ଜନସଂଖ୍ୟାରେ ଟିକାକରଣ ପାଇଁ ପରାମର୍ଶ ଦିଆଯାଇଛି। ଭାରତ ବ୍ରିଟେନ୍ ଭଳି ଦେଶ ଠାରୁ ପ୍ରେରଣା ନେବା ଉଚିତ। ବ୍ରିଟେନ୍ ଏବେ ବୁଷ୍ଟର ଶଟ୍ସ୍ ଯୋଜନା କରୁଛି। ଏଥିରୁ ଭାରତ କିଛି ଶିଖିବା ଉଚିତ। ପ୍ରାଥମିକ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ବୋଲି ସ୍ୱାମୀନାଥନ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ