Masthead

ପୁରୀକୁ ବାଦ ଦେଲେ ଅନ୍ୟ ୯ଟି ଜିଲ୍ଲାରେ ଆଜିଠୁ ଡିଏଲ ଟେଷ୍ଟ ପାଇଁ ଅନୁମତି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠୁ ଗାଡି ଚାଳନା ପରୀକ୍ଷା ପାଇଁ ଅନୁମତି । ପରିବହନ କମିଶନରଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ବନ୍ଦ ରହିଥିବା ୧୦ ଜିଲା ମଧ୍ୟରୁ ପୁରୀ ଜିଲାକୁ ବାଦ ଦେଇ ଅନ୍ୟ ୯ ଜିଲାରେ ଗାଡି ଚାଳନା ଅନୁମତି ପାଇବା ଲାଗି ଆଜିଠୁ ଆବେଦନ କରି ପାରିବେ । ଗତ ଏପ୍ରିଲ ୧୦ ତାରିଖରୁ ଉଭୟ ଗାଡି ଚାଳନା ଓ ଶିକ୍ଷଣ ଲାଗି ଅନୁମତି ପରୀକ୍ଷା ପାଇଁ ସମୟ ନେବା ବାତିଲା କରାଯାଇଥିଲା । ଆସନ୍ତା ୧୩ ତାରିଖ ପରଠୁ ପୁରୀ ଜିଲାରେ ମଧ୍ୟ ଆରମ୍ଭ ହେବ । ଉଭୟ ପରୀକ୍ଷା ଲାଗି “ସାରଥି’’ ପତ୍ୟକ୍ଷ ସେବା ଅନଲାଇନ ମାଧ୍ୟମରେ ଆବେଦନ ଗ୍ରହଣ କରାଯିବ ।

ସକାଳ ୭ ଟାରୁ ୧୦ ଟା ମଧ୍ୟରେ ଆବେଦନ କରି ପରୀକ୍ଷା ପାଇଁ ସମୟ ନେଇ ପାରିବେ । ଭୁବନେଶ୍ୱର-୧ ଏବଂ ଭୁବନେଶ୍ୱର-୨ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଗାଡି ଚାଳନା ଅନୁମତି ପାଇଁ ପରୀକ୍ଷା ସକାଳ ୭ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ କରାଯିବ । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ୧ ରେ ସୋମବାର, ବୁଧବାର ଓ ଶୁକ୍ରବାର ଦିନ କରାଯିବାକୁ ସ୍ଥିର କରାଯାଇଛି । ସେହିପରି ମଙ୍ଗଳବାର ଗୁରୁବାର ଆଞ୍ଚଳିକ କାର୍ଯ୍ୟାଳୟ- ୨ ପରୀକ୍ଷା କରାଯିବ । ସେହିପରି ବାହାନ ସେବା ମାଧ୍ୟମରେ ଗାଡି ଚାଳନା ସମ୍ବନ୍ଧୀୟ ସେବା ଓ ଗାଡି ସମ୍ବନ୍ଧୀୟ ସେବା ମଧ୍ୟ ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି