Masthead

ଜଗା ତୁ ସ୍ୱାର୍ଥପରଟା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜଗା ଏଠୁ ଥାଇ ତତେ ଚିଠିଟିଏ । ଭକ୍ତ ଟିଏ ହୋଇ । ତୁ ନାଁ ଭାରି କପଟିଆ । ତୋ କପଟକୁ କେହି ବୁଝି ପାରିବେନିରେ । ଦେଖୁନୁ ଏବର୍ଷ ବି ଆମକୁ ଡାକିଲୁନି । କେତେ ଆଶାଥିଲା । କେତେ ଭରସା କରିଥିଲୁ । ଡାକିବୁ, ଆମେ ରଥ ଟାଣିବୁ । ସରଧା ବାଲିରେ ଗଡିବୁ । ହେଲେ ଗତ ବର୍ଷ ଭଳି, ଏବର୍ଷ ବି ଆମକୁ ତୁ ଭୁଲିଗଲୁ । ତୁ କହୁ ଗୋଟେ କଥା କରୁ ଆଉ ଗୋଟେ । ତୁ ଭାରି ସ୍ୱାର୍ଥପରଟା । ଅବିବେକିଟା । ଆଉ କହିଲେ କହିବୁ କ’ଣ ନା କରୋନା । କରୋନା ହୋଇଯିବ । ଭୂତାଣୁ ଯୋଗୁଁ ସବୁ ନିସିଦ୍ଧ । ବଡ଼ଦାଣ୍ଡକୁ ମନା । ଘରେ ରୁହ । ଏମିତି କେତେ କଥା । ଯା ତୋ କଥା କିଏ ଶୁଣିବ ଯେ । ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ଆସିଲା ବେଳେ ତତେ ତ କରୋନା ହେଉନି । ଖାଲି କ’ଣ ସେମିତି ଆସିଲୁ, ଆମକୁ ଦେଖେଇ ହେବା ପାଇଁ ଦୋହୋଲି ଦୋହୋଲି ଆସିଲୁ ପରା ।

ନନ୍ଦିଘୋଷରେ ଶ୍ରୀଗୁଣ୍ଡିଚା ଗଲୁ ମାଉସୀ ମା’ ଘରକୁ । ତୋ ପାଇଁ ଯଦି କଟକଣା ନାହିଁ ଆମ ପାଇଁ କାହିଁକି ଏତେ । ଓଃ ଏବେ ବୁଝିଲି, ତୁ ତ ଜଗତ ଠାକୁର ନାଁ । ବିଶ୍ୱନିୟନ୍ତା । ପତିତପାବନ । ଲୋକେ କହନ୍ତି ତୁ ଭକ୍ତ ବତ୍ସଳ । ଏ ଦୃଶ୍ୟ ଦେଖିଲା ପରେ କିଏ, କେଉଁ ମୁହଁରେ କହିବ ଯେ ତୁ ଭକ୍ତ ବତ୍ସଳ ବୋଲି । ଭକ୍ତ କାନ୍ଦୁଛି ହେଲେ ତୋର ନନ୍ଦିଘୋଷ ରଥ ଚଢିବା ସୌକ । ଯିଏ ଯାହା ହେଉ ତୋର କ’ଣ ଯାଏ ଆସେ ଯେ । ତୋର ଗୋଟିଏ ଲକ୍ଷ୍ୟ ମାଉସୀ ମା’ ଘରେ ପହଞ୍ଚିବୁ । ଆଉ ପହଞ୍ଚିଗଲୁ ବି ।

ଜାଣେ ପତିତଜନଙ୍କୁ ତୁ ଉଦ୍ଧାର କରୁ । ହେଲେ କେବେ ତତେ ଟିକେ ଦେଖିବୁ । ଆଖି ଲାଖି ଯାଉଛିରେ । ମନ ମାନୁନି । କୋହ ଖାଲି ଚାପି ରଖିବା ଛଡା ତୋ ଭକ୍ତ ପାଖରେ ଆଉ କିଛି ନାହିଁ । ଜଗା । ଏ ଜଗା । ପୁଣି ଆର ବରଷକୁ ଅପେକ୍ଷା । ସେତେବେଳେ ଆଉ କରୋନାର ବାହାନା କରିବୁନି । ଆମେ ସମସ୍ତେ ଯିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା