“ବଡ଼ ଖବର” ଟେଷ୍ଟ ସିଗନାଲକୁ ବର୍ଷେ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ରଥଯାତ୍ରା । ୟେ ହେଉଛି ସେହି ତିଥି, ଯେଉଁଦିନ ଭିତ୍ତି ପଡିଥିଲା ‘ଲୋକଙ୍କ ଚ୍ୟାନେଲ’ର । ଅର୍ଥାତ ବର୍ଷକ ତଳେ ‘ବଡ଼ ଖବର’ର ଟେଷ୍ଟ ସିଗନାଲ କରାଯାଇଥିଲା । ଏହା ପରେ ବିଜୟା ଦଶମୀରେ ଆରମ୍ଭ ହୋଇଥିଲା ‘ଲୋକଙ୍କ ଚ୍ୟାନେଲ’ । ତେବେ ‘ବଡ଼ ଖବର’ର ଭିତ୍ତିକୁ ବର୍ଷେ ପୂରିଛି । ଆଉ ଏହି ଅବସରରେ ଆଜି ‘ବଡ଼ ଖବର’ର ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ସୋସିଆଲ ମିଡିଆ ପେଜରେ ନିଜର ବର୍ଷକର ଅନୁଭୂତି ବାଣ୍ଟିଛନ୍ତି,
“ରଥଯାତ୍ରା । ମହାପ୍ରଭୁଙ୍କ ସବୁ ଯାତ୍ରା ମଧ୍ୟରୁ ଶ୍ରେଷ୍ଠ ଯାତ୍ରା । ଓଡ଼ିଆ ଜାତିର ବିଜୟର ପର୍ବ, ଆବେଗର ଉତ୍ସବ, ସ୍ୱାଭିମାନର ପ୍ରତୀକ । ‘ବଡ଼ ଖବର’ ପରିବାର ପାଇଁ ଏହି ଦିନ ଅଧିକ ଉଲ୍ଲେଖନୀୟ । କାହିଁକି ନା ଗତବର୍ଷ ଠିକ୍ ଏହି ଦିନ ଜଗତର ନାଥଙ୍କ ଆଶୀର୍ବାଦରୁ ‘ବଡ଼ ଖବର’ ତିଆରିର ଭିତ୍ତି ପଡ଼ିଥିଲା । ‘ଲୋକ’ଙ୍କ ଚ୍ୟାନେଲର ଟେଷ୍ଟ ସିଗନାଲ୍ କରାଯାଇଥିଲା । ପରେ ବିଜୟା ଦଶମୀରେ ଏହା ସ୍ୟାଟେଲାଇଟ୍ ଚ୍ୟାନେଲ ଭାବେ ଆତ୍ମପ୍ରକାଶ କରିଛି । ସବୁ କାଲି ଭଳି ଲାଗୁଛି । ଚାହୁଁ ଚାହୁଁ ବର୍ଷେ ଅତିକ୍ରାନ୍ତ ହୋଇଗଲାଣି । କେତେ କଷ୍ଟ-ବାଧା ଆସିଛି, ଆସୁଛି ମଧ୍ୟ, କିନ୍ତୁ କାଳିଆର କରୁଣା ସବୁ ସମ୍ଭାଳି ନେଇଛି । ସେ ହିଁ ସବୁ କରୁଛନ୍ତି, ତାଙ୍କରି ନିର୍ଦ୍ଦେଶରେ ସବୁ ହେଉଛି । ନ ହେଲେ କୌଣସି ବଡ଼ ପୁଞ୍ଜି ବିନା ସ୍ୟାଟେଲାଇଟ୍ ଚ୍ୟାନେଲ ଭଳି ଏତେ ବଡ଼ ଦାୟିତ୍ୱ ତୁଲାଇବା କ’ଣ ସମ୍ଭବ? ପ୍ରତି ମୁହୂର୍ତ୍ତରେ ତାଙ୍କ ଅଲୌକିକତାକୁ ଅନୁଭବ କରୁଛୁ । ଆଗକୁ ଯାହା ହେବ ସବୁ ତାଙ୍କରି ଇଚ୍ଛା । କରି କରାଉଥାଏ ସେହି, ତା’ ବିନୁ ଅନ୍ୟ ଗତି ନାହିଁ । ଜୟ ଶ୍ରୀଜଗନ୍ନାଥ”
ଚାହୁଁ ଚାହୁଁ ବିତିଗଲା ଏକ ବର୍ଷ । ବହୁ ଘାତ ପ୍ରତିଘାତକୁ ସାମ୍ନା କରି ନିଜ କୁନି କୁନି ପାଦରେ ବହୁ ବଡ଼ ବଡ଼ ପଦକ୍ଷେପ ନେଇ ଆଗେଇ ଚାଲିଛି ବଡ଼ ଖବର । ଏହି ବର୍ଷକ ମଧ୍ୟରେ ଆପଣ ଦେଇଛନ୍ତି ଅନେକ ଭଲପାଇବା । ଯଦିଓ ଏକ ବର୍ଷ ଖୁବ କମ୍ ସମୟ କିନ୍ତୁ ଏହାମଧ୍ୟରେ ଆପଣଙ୍କ ବିଶ୍ୱାସ ଜିତିବାରେ ‘ବଡ଼ ଖବର’ ସଫଳ ହୋଇଛି । ଲୋକଙ୍କ କଥାକୁ ଯେ, ‘ଲୋକଙ୍କ ଚ୍ୟାନେଲ’ ସରକାରଙ୍କ ପାଖରେ ପହଞ୍ଚାଇପାରିବ ଏହି ବିଶ୍ୱାସ କେବଳ ‘ବଡ଼ ଖବର’ ଆପଣଙ୍କୁ ଦେଇଛି । କାରଣ ଆମେ ସବୁବେଳେ ଆପଣଙ୍କ ପାଖେ ପ୍ରତିଶ୍ରୁତିବଦ୍ଧ । ଯେଉଁ ଉଦ୍ଦେଶ୍ୟ ନେଇ ଆସିଛୁ ତାହା ପୂରଣ କରୁଛୁ ଏବଂ ଆଗକୁ ମଧ୍ୟ ଜାରି ରଖିବୁ । ଓଡ଼ିଶାର ଏକ ମାତ୍ର ନିରପେକ୍ଷ ୨୪ଘଣ୍ଟିଆ ସାଟେଲାଇଟ ଚ୍ୟାନେଲ ‘ବଡ଼ ଖବର’ ଆପଣଙ୍କ ଭଲ ପାଇବା ଓ ବିଶ୍ୱାସ ସହିତ ଦିନେ ଶୀର୍ଷରେ ପହଞ୍ଚିବ ଏ ବିଶ୍ୱାସ ମଧ୍ୟ ଆମର ଅଛି, କେବଳ ଦରକାର ଆପଣଙ୍କ ଆଶୀର୍ବାଦ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ