Masthead

ଦୁର୍ବଳ ସ୍ଥିତିରେ ଟିକାକରଣ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପ୍ରତ୍ୟେକ ଦିନ ରାଜ୍ୟରେ ଦେଖାଦେଉଛି ଟିକା ସଙ୍କଟ । ବର୍ତ୍ତମାନ ଟିକାକରଣ ଦୁର୍ବଳ ସ୍ଥିତିରେ । ଗତକାଲି ୧୫ଟି ଜିଲ୍ଲାରେ ଟିକାକରଣ ବନ୍ଦ ଥିବାବେଳେ ଆଜି ୧୧ ଜିଲ୍ଲାରେ ବନ୍ଦ ରହିବ ଟିକାକରଣ । ଜିଲ୍ଲାର ୩୯୬ ସେସନ ସାଇଟରେ ଦିଆଯିବ ଟିକା । ସେପଟେ, ମହାରାଷ୍ଟ୍ର ଓ କେରଳରେ ଆକ୍ଟିଭ ମାମଲା ଲକ୍ଷେ ଉପରେ ରହିଛି। କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ଓଡ଼ିଶା ଭଳି ରାଜ୍ୟରେ ଆକ୍ଟିଭ ମାମଲା ୧୦ ହଜାର ଉପରେ ରହିଛି ।

ଏପ୍ରିଲରେ ଦେଶରେ ୯ କୋଟି ଟିକାକରଣ ହୋଇଥିଲା । ମେ ମାସରେ ଏହା ୬ କୋଟିକୁ ଖସିଆସିଲା । ଜୁନ ମାସରେ ଏହା ବଢି ପୁଣି ୧୨ କୋଟି ହୋଇଛି । ଡିସେମ୍ବର ସୁଦ୍ଧା ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକାକରଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ସପ୍ତାହରେ ସବୁ ଦିନରେ ୮୦ ଲକ୍ଷ ଦେଲେ ଡିସେମ୍ବର ସୁଦ୍ଧା ଏହା ଟାର୍ଗେଟ ପୂରା ହୋଇପାରିବ । କିନ୍ତୁ ଦିନକୁ ଦିନ ଯେଉଁଭଳି ଭାବେ ଟିକାକରରଣ ହ୍ରାସ ପାଇବାରେ ଲାଗିଛି, ତାହା ପୂରଣ ହେବ ବୋଲି ଲାଗୁନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି