Masthead

ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ

ବଲାଙ୍ଗିର(ବଡ଼ ଖବର ବ୍ୟୁରୋ):  ଆଜି ପବିତ୍ର ମହାଳୟା। ଏହି ଅବସରରେ ବଲାଙ୍ଗିରର ଇଷ୍ଟଦେବୀ ମାଁ ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ I ମାଙ୍କ ବେଶ ପାଇଁ ଆଜି ସକାଳ ୫ ଟାରୁ  ସକାଳ ମହାଆଳତି ଓ ମହାସ୍ନାନ କରାଯିବା ସହ ରୀତିକାନ୍ତିରେ ପୂଜାର୍ଚ୍ଚନା କରାଯାଇଥିଲା।  ଆଜି ଆଶ୍ଵିନ ମାସ କୃଷ୍ଣ ପକ୍ଷ ମହାଳୟା ଅମାବାସ୍ୟା ତିଥିରେ ମା ସମଲେଶ୍ଵରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି I ତେବେ ସବୁଦିନ ମାଙ୍କ ବର୍ଣ୍ଣ ଲୋହିତ ହୋଇଥିବା ବେଳେ ଆଜି ମାଁ ଶ୍ଵେତ ବର୍ଣ୍ଣ ଧାରଣ କରି ଦର୍ଶନ ଦେଉଛନ୍ତି I

ମାଙ୍କ ଏହି ଧବଳମୁଖୀ ବେଶକୁ ପାପହାରିଣୀ ଗଙ୍ଗା ବେଶ ବୋଲି ଭକ୍ତମାନେ ଗ୍ରହଣ କରିଥାନ୍ତି I ଆଜି ମାଙ୍କୁ ଦର୍ଶନ କଲେ ଗଙ୍ଗା ଦର୍ଶନର ପୁଣ୍ୟ ପ୍ରାପ୍ତ ହୁଏ ବୋଲି ଭକ୍ତଙ୍କ ବିଶ୍ବାସ ରହିଛି I ତେଣୁ ଭକ୍ତମାନେ ଆସି ମାଙ୍କ ଏହି ବେଶ ଦର୍ଶନ କରୁଛନ୍ତି I ହେଲେ କୋଭିଡ କଟକଣା ପାଇଁ ମନ୍ଦିର ବାହାରୁ ମାଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା