Masthead

ଆଜି ଚେନ୍ନାଇକୁ ଭେଟିବ ହାଇଦ୍ରାବାଦ

ଦୁବାଇ (ବଡଖବର ବ୍ୟୁରୋ):  ଆଇପିଏଲ ମହାସମରରେ ଆଜି ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ । ଉଭୟ ଦଳ ୩ଟି ଲେଖାଏଁ ମ୍ୟାଚ ଖେଳିଥିବା ବେଳେ ମାତ୍ର ଗୋଟିଏ ଲେଖାଏଁ ବିଜୟ ହୋଇଛନ୍ତି । ଆଜିର ମ୍ୟାଚ ବିଜୟ ଉଭୟ ଦଳର ଲକ୍ଷ । ଚେନ୍ନାଇ ପ୍ରଥମ ମ୍ୟାଚରେ ମୁମ୍ବାଇକୁ ହରାଇ ଦମଦାର ବିଜୟର ସ୍ୱାଦ ଚାଖିଥିବା ବେଳେ ପରବର୍ତ୍ତୀ ଦୁଇଟି ମ୍ୟାଚରେ ପରାଜୟ ବରଣ କରିଛି । ସେପଟେ ହାଇଦ୍ରାବାଦ ମଧ୍ୟ ଦୁଇଟି ପରାଜୟ ବରଣ କରିଛି । ଚଳିତ ବର୍ଷ ଦଳ ଯଦିଓ ସେମିତି କିଛି ଆଖି ଦୃଷ୍ଟିଆ ଖେଳ ଦେଖାଇ ନାହିଁ ତେବେ ପୁଣିଥରେ ମ୍ୟାଚକୁ ଫେରିବା ଲାଗି ଚେଷ୍ଠା କରିବ ହାଇଦ୍ରାବାଦ ।

ଧୋନି ବାହିନୀ ଯଦିଓ ଭଲ ପ୍ରଦର୍ଶନ କରିଛି ତଥାପି ଶେଷରେ ପରାଜୟ ବରଣ କରିଛି । ଆନ୍ତର୍ଜାତୀୟ କ୍ରିକେଟରୁ ଧୋନି ଅବସର ନେବାପରେ ମଧ୍ୟ ତାଙ୍କ ପ୍ରଂଶସକମାନେ ଆଶା ରଖିଛନ୍ତି କି ସେ ବଡ ବଡ ସଟ ଖେଳିବେ ଏବଂ ଦଳକୁ ବିଜୟ କରାଇବେ । ଶେଷ ମ୍ୟାଚରେ ଧୋନିଙ୍କ ହ୍ୟାଟ୍ରିକ ଛକା କ୍ରିକେଟ ପ୍ରେମୀଙ୍କ ମନ କିଣି ନେଇଥିଲା । ସେପଟେ ହାଇଦ୍ରାବାଦର ଉଦୀୟମାନ ଅଧିନାୟକ ଡେଭିଡ ୱାର୍ଣ୍ଣର ମଧ୍ୟ ବଡ ବଡ ସଟ୍ ମାରିବାରେ ମାହିର । ଉଭୟ ଦଳରେ ଯୁବ ଖେଳାଳିଙ୍କ ସହ ଅଭିଜ୍ଞ ଖେଳାଳି ମଧ୍ୟ ରହିଛନ୍ତି । ଚଳିତ ବର୍ଷ ଯୁବ ଖେଳାଳିମାନେ ଭଲ ଖେଳ ପ୍ରଦର୍ଶକ କରୁଛନ୍ତି । ଏଣୁ ଆଜିର ମ୍ୟାଚରେ ଯୁବ ଖେଳାଳିଙ୍କ ଉପରେ ରହିବ ସମସ୍ତଙ୍କ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ