Masthead

କବାଡ଼ିଆଙ୍କୁ ବିକିଲେ, କେଜି ୪୦ ଟଙ୍କାରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜଧାନୀରେ ଫେଲ ମାରିଛି ମୋ ସାଇକେଲ ଯୋଜନା । କିଲୋ ୪୦ ଟଙ୍କାରେ ବିକ୍ରି ହେଉଛି ସାଇକେଲ । ୨୫ହଜାର ଟଙ୍କାରେ କିଣା ଯାଇଥିବା ସାଇକେଲକୁ ୫ଶହ ଟଙ୍କାରେ ବିକ୍ରି କରାଯାଉଛି । ଏହାକୁ ନେଇ ଏବେ ପ୍ରଶ୍ନ ଉଠିଛି । କବାଡ଼ି ଖାନାରେ ଏବେ ମୋ ସାଇକେଲ । ଗଡ଼ିବା ସ୍ଥିତିରେ ଥାଇ ବି କ’ଣ ପାଇଁ ଏମିତି ପରିତ୍ୟକ୍ତ ଅବସ୍ଥାରେ ? ଗୋଟାକୁ ୫ଶହ ଟଙ୍କା ହିସାବରେ ୨୫୦ଟି ସାଇକେଲ ହ୍ୟାକ୍ସି ନାମକ କମ୍ପାନୀଠାରୁ କିଣିଛନ୍ତି ।

ସେଥିରୁ ଜିପିଏସ୍ ମେସିନ୍ ଖୋଲି କମ୍ପାନୀକୁ ଫେରାଇ ବାକି ସବୁ ଅଂଶ ସ୍କ୍ରାପ୍ କରି ବିକ୍ରି କରୁଛନ୍ତି। ତେବେ ଗଦା ହୋଇଥିବା ସାଇକେଲରୁ ଅଧିକାଂଶ ଗଡ଼ିବା ସ୍ଥିତିରେ ରହିଛି। ସ୍ମାର୍ଟ ସିଟି ଭୁବନେଶ୍ୱରକୁ ପ୍ରଦୂଷଣ ମୁକ୍ତ ଲକ୍ଷ୍ୟ ସହ ସାଇକେଲ ପ୍ରତି ଲୋକଙ୍କ ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିଲା ବହୁଚର୍ଚ୍ଚିତ ମୋ ସାଇକେଲ ଯୋଜନା। ୨୦୧୮ ହକି ବିଶ୍ୱକପବେଳେ ବିଶ୍ୱ ଦରବାରରେ ସ୍ମାର୍ଟ ସିଟିର ପରିଚୟ ଦୁଇ ଗୁଣା କରିବା ଲକ୍ଷ୍ୟରେ ବିଏମ୍ସି ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ କରି ୨ହଜାର ସାଇକେଲ କିଣିଥିଲା। ହ୍ୟାକ୍ସି, ୟୋନା ଏବଂ ୟୁଲୁ ନାମକ ୩ଟି ଅଲଗା ଅଲଗା କମ୍ପାନୀଙ୍କଠୁ ୫ବର୍ଷ ପାଇଁ ସାଇକେଲ ପିଛା ୨୫ ହଜାର ଟଙ୍କା ଦେଇ କିଣିଥିଲା। ହେଲେ ମାତ୍ର ୨ବର୍ଷ ଭିତରେ ନିଜ ସାଇକେଲ ଗୁଡିକୁ କଣ ପାଇଁ ନିଜ ସାଇକେଲ ଗୁଡିକୁ ସ୍କ୍ରାପିଂ କରିବାକୁ ବିକି ଦେଲା ହ୍ୟାକ୍ସି କମ୍ପାନୀ ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା