Masthead

ସୁରକ୍ଷା ମାଗିଲେ ଅନୁଭବ ମହାନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପରଦା ଆଗରେ ସବୁବେଳେ ଚର୍ଚ୍ଚାରେ ରହୁଥବା ଯୋଡି ଏବେ ପ୍ରତିଦିନ ପରଦା ପଛରେ ମଧ୍ୟ ଖୁବ ଚର୍ଚ୍ଚାରେ ରହୁଛନ୍ତି । ଦୁହିଁଙ୍କ ଭିତରେ ଲାଗିରହୁଥିବା ବିବାଦ ଭିଡିଓ ମାଧ୍ୟମରେ ବାହାରକୁ ଆସିଲେ ସୋସିଆଲ ମିଡିଆରେ ତାହା ସଙ୍ଗେ ସଙ୍ଗେ ଭାଇରାଲ ହେବାକୁ ଲାଗୁଛି । ରିଲ୍ ଲାଇଫରୁ ରିଅଲ ଲାଇଫରେ ପତିପତ୍ନୀ ହୋଇଥିବା ବର୍ଷା ଓ ଅନୁଭବଙ୍କ ଯୋଡିକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ତାଙ୍କ ମଧ୍ୟରେ ହେଉଥିବା ବିବାଦକୁ ନେଇ ପ୍ରତିଦିନ ଅପଡେଟ ଜାଣିବାକୁ ମଧ୍ୟ ଲୋକଙ୍କର ସେତିକି ଇଚ୍ଛା । ବିବାଦକୁ ନେଇ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ସ୍ୱାମୀଙ୍କ ବିରୁଦ୍ଧରେ ପୁଣି ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ଅନୁଭବ ମହାନ୍ତି ସୁରକ୍ଷା ଲୋଡିଛନ୍ତି । ସେ ଡିଜିଙ୍କୁ ଚିଠି ଲେଖି ସୁରକ୍ଷା ମାଗିଛନ୍ତି ।

ତେଣେ ଅଭିନେତ୍ରୀ ବର୍ଷା ଅଭିଯୋଗ କରିଛନ୍ତି ଯେ, ଅନୁଭବ ତାଙ୍କ ରୁମ୍ ବାହାରେ ତାଲା ପକାଇଦେଇଥିଲେ । ବାଧ୍ୟ ହୋଇ ବର୍ଷା ଏକ ଘଣ୍ଟା ଧରି ରାସ୍ତାରେ ଠିଆ ହୋଇଥିଲେ । ଅନୁଭବ ଓ ତାଙ୍କ ୨ ସହଯୋଗୀ ଘରେ ପ୍ରବେଶ କରାଇ ଦେଉନଥିବା ବର୍ଷା ଅଭିଯୋଗ ଦେଉଛନ୍ତି । ଏହା ପୂର୍ବରୁ ଏମାନେ ଅନେକ ଥର ଥ।ନ।ରେ ପରସ୍ପର ବିରୁଦ୍ଧରେ ଅଭିଯୋଗ କରିସାରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା