Masthead

୨୦ ଲକ୍ଷ ହ୍ବାଟ୍ସଆପ୍‌ ଆକାଉଣ୍ଟ ବ୍ୟାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆ ଅପବ୍ୟବହାରକାରୀ ସାବଧାନ । ମାତ୍ର ୧ ମାସ ମଧ୍ୟରେ ୨୦ ଲକ୍ଷ ଆକାଉଣ୍ଟ ବ୍ୟାନ କରାଯାଇଛି । ଲୋକପ୍ରିୟ ମେସେଜିଙ୍ଗ ଆପ୍ ଚଳିତ ବର୍ଷ ମେ ୧୫ ରୁ ଜୁନ ୧୫ ମଧ୍ୟରେ ପ୍ରାୟ ୨୦ ଲକ୍ଷ ଭାରତୀୟ ହ୍ବାଟ୍ସଆପ୍‌ ଆକାଉଣ୍ଟ ଉପରେ ରୋକ ଲଗାଇଛି ।

ଏହା ସହିତ ହ୍ବାଟ୍ସଆପ୍‌କୁ ମୋଟ ୩୪୫ଟି ଅଭିଯୋଗ ମଧ୍ୟ ମିଳିଛି । କମ୍ପାନୀ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ୍‌ ଅନୁଯାୟୀ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ନୂଆ ସୂଚନା ପ୍ରଦ୍ୟୋଗିକି ନିୟମ ଆଧାରରେ ଏହି ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି। ତେଣୁ ଏହାକୁ ଆଧାର କରି ୫୦ ଲକ୍ଷରୁ ଉର୍ଦ୍ଧ୍ବ ଆକାଉଣ୍ଟ ଥିବା ସୋସିଆଲ ମିଡିଆ ପ୍ଲାଟଫର୍ମ ପ୍ରତି ମାସରେ ଅନୂପାଳନ ରିପୋର୍ଟ ଦାଖଲ କରିବା ବାଧ୍ୟତାମୂଳକ ହୋଇଛି ।

ଏହି ରିପୋର୍ଟରେ ସଂପୃକ୍ତ ଡିଜିଟାଲ ମିଡିଆର କେତେ ଗ୍ରାହକ ଅଭିଯୋଗ କରିବାକୁ ଚାହୁଁଛନ୍ତି ଏବଂ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ହେଉଛିୁ କି ନାହିଁ ସେ ନେଇ ପୂରା ତଥ୍ୟ ରହିବ । ତେଣୁ ଏହି ନିୟମକୁ କଡାକଡି ପାଳନ କରିବାକୁ ଯାଇ ସନ୍ଦେହପୂର୍ଣ୍ଣ ଆକାଉଣ୍ଟକୁ ବ୍ୟାନ୍ କରିଛି ହ୍ବାଟ୍ସଆପ୍‌ । ସନ୍ଦେହପୂର୍ଣ୍ଣ ଆକାଉଣ୍ଟ, ତଥା ଅପରାଧ ଘଟାଇବା ପାଇଁ ଯୋଜନା ପ୍ରସ୍ତୁତ କରୁଥିବା ଆକାଉଣ୍ଟ ଗୁଡିକ ପାଇଁ ତଦନ୍ତ କରାଯାଇ ବ୍ୟାନ୍‌ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ