Before Header

ଟିଏମସିରେ ମିଶିଲେ ଅଭିନେତ୍ରୀ ନଫୀସା ଅଲୀ

0 22

(ବଡ଼ ଖବର ବ୍ୟୁରୋ) ତୃଣମୂଳ କଂଗ୍ରେସରେ ମିଶିଲେ ଅଭିନେତ୍ରୀ ନଫାସୀ ଅଲୀ । ଗୋଆରେ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଏହି ଦଳରେ ମିଶିଛନ୍ତି । ଟିଏମସି ଏବେ ୨୦୨୨ରେ ହେବାକୁ ଥିବା ଗୋଆ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ।

ସୂଚନା ଅନୁଯାୟୀ ମମତା ବାନାର୍ଜୀ ଗୁରୁବାର ସନ୍ଧ୍ୟାରେ ଗୋଆରେ ପହଞ୍ଚିଥିଲେ । ସେ ପ୍ରଥମ ଥର ପାଇଁ ଗୋଆ ଆସିଛନ୍ତି । ତେବେ ଆଜି ସନ୍ଧ୍ୟାରେ ସେ ଗୋଆରେ ବସବାସ କରୁଥିବା ବିଭିନ୍ନ ଲୋକଙ୍କୁ ଭେଟିବେ ବୋଲି ଜଣେ ବରିଷ୍ଠ ଟିଏମସି ନେତା କହିଛନ୍ତି । ଶନିବାର ସେ ଏକ ସାମ୍ବାଦିକ ସମ୍ମିଳନୀ କରିବେ । ତିନି ଦିନିଆ ଗସ୍ତରେ ଗୋଆ ଆସିଥିବା ମମତା ଦାବୋଲିମ ବିମାନବନ୍ଦରରେ ସନ୍ଧ୍ୟାରେ ପହଞ୍ଚିଥିଲେ । ସେଠାରେ ତାଙ୍କୁ ତୃଣମେଳ ସାଂସଦ ଡେରେକ ଓବ୍ରାଇନ ଓ ସ୍ଥାନୀୟ ନେତା ମାନେ ସ୍ୱାଗତ କରିଥିଲେ ।

 

Leave A Reply

Your email address will not be published.