Masthead

ଫୋର୍ ‘ଟି’ ଉପରେ ଗୁରୁତ୍ୱ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନାର ତୃତୀୟ ତରଙ୍ଗକୁ ନେଇ କେନ୍ଦ୍ରସରକାରଙ୍କ ଚିନ୍ତା ବଢିଯାଇଛି । ଦେଶରେ ଟିକାକାରଣ ଅଭିଯାନ, ତୃତୀୟ ଲହର ପାଇଁ ପ୍ରସ୍ତୁତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ମଙ୍ଗଳବାର ପ୍ରଧାନମନ୍ତ୍ରୀ ଉତ୍ତରପୂର୍ବ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଜି ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଓଡ଼ିଶା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂରେ ପ୍ରଧାନମନ୍ତ୍ରୀ ଅଲୋଚନା କରିଛନ୍ତି । ଟିକା ଅଭାବରୁ ଓଡ଼ିଶା ଓ ତାମିଲନାଡୁରେ ଟିକାକରଣ ପ୍ରଭାବିତ ହୋଇଛି ।

ଏହି ଦୁଇରାଜ୍ୟରେ ଟିକାକରଣ କେନ୍ଦ୍ର ମଧ୍ୟରୁ ଅନେକ ବନ୍ଦ ହୋଇଯାଇଛି । ତଥାପି ପ୍ରଧାନମନ୍ତ୍ରୀ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ, ଓଡ଼ିଶା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ କରୋନା କରିନାଳନା ନେଇ ଦେଇଛନ୍ତି ଗୁରୁମନ୍ତ୍ର । ଟେଷ୍ଟ୍, ଟ୍ରାକ୍ , ଟିଟ୍କୁ ଗୁରୁତର ସହ ନେଇ ଆଗକୁ ବଢିବାକୁ ପଡିବ । ଯେଉଁଠି ପଜିଟିଭ ଅଧିକ ସେଠାରେ ମାଇକ୍ରୋ କଣ୍ଟେନମେଣ୍ଟ କରାଯାଉ । ନର୍ଥଇଷ୍ଟର କିଛି ରାଜ୍ୟରେ ବିଲକୁଲ୍ ଲକଡାଉନ୍ କରାଯାଇନାହିଁ । ସେହି ରାଜ୍ୟଗୁଡିକ ମାଇକ୍ରୋ କଣ୍ଟେନମେଣ୍ଟ କରି ଲକଡାଉନ୍ ଏଡାଇପାରିଛନ୍ତି । ଟିକା ଆମ ପାଇଁ ବଡ଼ ଅସ୍ତ୍ର। ଏହାକୁ ଠିକ୍ ଢଙ୍ଗରେ ପରିଚାଳନା କରିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

କରୋନାକୁ ରୋକିବା ପାଇଁ ଅଧିକରୁ ଅଧିକ ଟିକାକରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି । ଗ୍ରାମାଞ୍ଚଳରେ ଆମକୁ ଅଧିକ ପରିଶ୍ରମ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଅକ୍ସିଜେନ୍ ପ୍ଲାଣ୍ଟ ପାଇଁ ସିନିୟର ଅଫିସରଙ୍କୁ ଦାୟିତ୍ୱ ଦେବାକୁ ସେ ପରାମର୍ଶ ମଧ୍ୟ ଦେଇଛନ୍ତି । ୧୫ରୁ ୨୦ଦିନ ମଧ୍ୟରେ କାମ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି । ୟୁରୋପ ଓ ଏସିଆର କିଛି ଦେଶରେ ପୁଣି ସଂକ୍ରମଣ ବଢୁଛି। ଏକ୍ସପର୍ଟ କହୁଛନ୍ତି ଲଗାତର କେସ ବଢିଲେ ମ୍ୟୁଟେସନ୍ ବଢିଯାଏ । ତୃତୀୟ ଲହର ରୋକିବାକୁ ହେଲେ କଡ଼ା ପଦକ୍ଷେପ ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ୧୧ ଜିଲ୍ଲାକୁ ଭୀଷଣ ଗରମ ସହ ଗୁଳୁଗୁଳି ନେଇ ସତର୍କତା 🔴 ଭିଜିଲାନ୍ସ ଜାଲରେ IAS ବାବୁ 🔴 ଶ୍ରୀମନ୍ଦିରରେ ବଡ ଅଘଟଣ : ଗରମ ଡାଲି ପଡି ୭ ଆହତ 🔴 ଭୁବନେଶ୍ୱରରେ ହେବ ଅଣ୍ଡରଗ୍ରାଉଣ୍ଡ୍ ମେଟ୍ରୋ 🔴 ବିଦ୍ୟୁତ୍‌ ତାର ଲାଗି ୩ ଶ୍ରମିକ ମୃତ 🔴 ବଡ଼ଦାଣ୍ଡରେ ମଦ ଓ ଆମିଷ ବିକ୍ରି ମନା 🔴 ନିରଞ୍ଜନଙ୍କ ଅବଦାନ କ’ଣ?…ପଚାରୁଛି ସୁବର୍ଣ୍ଣପୁର 🔴 ଦେଶରେ କ୍ଷୀପ୍ର ଗତିରେ କମୁଛି ଦାରିଦ୍ର୍ୟତା 🔴 ‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’