Masthead

ପୁଣି ଜାମ୍ମୁରେ ଉଡ଼ିଲା ଡ୍ରୋନ୍

(ବଡ଼ ଖବର ବ୍ୟୁରୋ): ପୁଣି ଉଡ଼ିଲା ଡ୍ରୋନ୍ । ଲଗାତାର କିଛି ଦିନ ହେବ ଜାମ୍ମୁ-କାଶ୍ମୀରରେ ଡ୍ରୋନ୍‌ ଉଡ଼ୁଥିବା ଦେଖାଯାଉଛି। ଗତ ରାତିରେ ପୁଣି ୪ଟି ଡ୍ରୋନ୍‌ ଉଡ଼ିଛି । ରାତି ୮ଟାରୁ ୯ଟା ମଧ୍ୟରେ ୪ଟି ସ୍ଥାନରେ ସନ୍ଦିଗ୍ଧ ଡ୍ରୋନ୍‌କୁ ଯବାନ ଦେଖିଥିଲେ । ତେବେ ଏହାକୁ ଖସାଇବା ପାଇଁ ଫାୟାରିଂ କରିଥିବା ଜଣାପଡ଼ିଛି ।

ଏହି ଡ୍ରୋନ୍‌ ନନ୍ଦପୁର, ହୀରା ନଗର ଏବଂ ଜାମ୍ମୁର ମୀରସାହବ ଏବଂ ସତବାରୀରେ ଦେଖାଯାଇଛି । ଜାମ୍ମୁ ଏୟାର୍‌ଫୋର୍ସ ଷ୍ଟେସନ୍‌ ଉପରେ ଡ୍ରୋନ୍‌ ଆକ୍ରମଣକୁ ଏକ ମାସ ମଧ୍ୟ ପୂରଣ ହୋଇନାହିଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ୮ ଥର ସନ୍ଦିଗ୍ଧ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଲାଣି । ୧୯ଦିନ ପରେ ୮ ଥର ପାଇଁ ପୁଣି ୪ଟି ଡ୍ରୋନ୍‌ ଦେଖିବାକୁ ମିଳିଛି । ଏହା ପାକିସ୍ତାନ ଆଡ଼କୁ ଚାଲିଯାଇଥିଲା । ବିଏସ୍‌ଏଫ୍‌ ବୟାନ ଜାରି କରି କହିଥିଲା ଯେ, ଏହି ଡ୍ରୋନ୍‌ ଜାମ୍ମୁ-କାଶ୍ମୀରର ଆରନିଆ ସେକ୍ଟରରେ ଦେଖା ଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ