Masthead

ପୁଣି ଜାମ୍ମୁରେ ଉଡ଼ିଲା ଡ୍ରୋନ୍

(ବଡ଼ ଖବର ବ୍ୟୁରୋ): ପୁଣି ଉଡ଼ିଲା ଡ୍ରୋନ୍ । ଲଗାତାର କିଛି ଦିନ ହେବ ଜାମ୍ମୁ-କାଶ୍ମୀରରେ ଡ୍ରୋନ୍‌ ଉଡ଼ୁଥିବା ଦେଖାଯାଉଛି। ଗତ ରାତିରେ ପୁଣି ୪ଟି ଡ୍ରୋନ୍‌ ଉଡ଼ିଛି । ରାତି ୮ଟାରୁ ୯ଟା ମଧ୍ୟରେ ୪ଟି ସ୍ଥାନରେ ସନ୍ଦିଗ୍ଧ ଡ୍ରୋନ୍‌କୁ ଯବାନ ଦେଖିଥିଲେ । ତେବେ ଏହାକୁ ଖସାଇବା ପାଇଁ ଫାୟାରିଂ କରିଥିବା ଜଣାପଡ଼ିଛି ।

ଏହି ଡ୍ରୋନ୍‌ ନନ୍ଦପୁର, ହୀରା ନଗର ଏବଂ ଜାମ୍ମୁର ମୀରସାହବ ଏବଂ ସତବାରୀରେ ଦେଖାଯାଇଛି । ଜାମ୍ମୁ ଏୟାର୍‌ଫୋର୍ସ ଷ୍ଟେସନ୍‌ ଉପରେ ଡ୍ରୋନ୍‌ ଆକ୍ରମଣକୁ ଏକ ମାସ ମଧ୍ୟ ପୂରଣ ହୋଇନାହିଁ । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଜାମ୍ମୁ ଓ କାଶ୍ମୀରରେ ୮ ଥର ସନ୍ଦିଗ୍ଧ ଡ୍ରୋନ୍‌ ଉଡ଼ୁଥିବା ଦେଖିବାକୁ ମିଳିଲାଣି । ୧୯ଦିନ ପରେ ୮ ଥର ପାଇଁ ପୁଣି ୪ଟି ଡ୍ରୋନ୍‌ ଦେଖିବାକୁ ମିଳିଛି । ଏହା ପାକିସ୍ତାନ ଆଡ଼କୁ ଚାଲିଯାଇଥିଲା । ବିଏସ୍‌ଏଫ୍‌ ବୟାନ ଜାରି କରି କହିଥିଲା ଯେ, ଏହି ଡ୍ରୋନ୍‌ ଜାମ୍ମୁ-କାଶ୍ମୀରର ଆରନିଆ ସେକ୍ଟରରେ ଦେଖା ଦେଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ