Masthead

ବୃଦ୍ଧାଙ୍କୁ ମାଡ଼ମାରି ଖୁଣ୍ଟରେ ବାନ୍ଧିଲେ ପରିବାର ଲୋକେ

କୋରାଇ (ବଡ଼ ଖବର ବ୍ୟୁରୋ): ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଖୁଣ୍ଟରେ ବାନ୍ଧିଦେଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରାଇ ଥାନା ଶିଶୁଆ ଗାଁରେ । ସମ୍ପତି ପାଇଁ ପରିବାର ଲୋକେ ବୃଦ୍ଧାଙ୍କୁ ମାଡ଼ ମାରିବା ସହ ଖୁଣ୍ଟରେ ବାନ୍ଧି ଆସବାବ ପତ୍ର ଫିଙ୍ଗି ଦେଇଛନ୍ତି । ଟଙ୍କା ସୁନା ଅଳଙ୍କାର ମଧ୍ୟ ଲୁଟି ନେଇଛନ୍ତି । ଶିଶୁଆ ଗାଁର ବନ୍ଧର୍ବ ମହାରଣା ଶାଳକଣା ଗାଁ ରାସ୍ତା କଡରେ ଥିବା ନିଜ ଜମିରେ ଘର କରି ରହୁଥିଲେ ।

ମାତ୍ର ଏହି ଜମିକୁ ନେଇ ତାଙ୍କ ସମ୍ପର୍କୀୟ ଭାଇ ଅଲେଖ ମହାରଣାଙ୍କ ସହ ତିକ୍ତତା ଲାଗି ରହିଥିଲା । ଏନେଇ ମାମଲା କୋର୍ଟରେ ବିଚାରଧିନ ଥିବା ବେଳେ ଉଭୟ ପରିବାର ମଧ୍ୟରେ କଳହ ଉଗ୍ରରୂପ ନେଇଥିଲା । ଗନ୍ଧର୍ବ ଘରେ ନଥିବା ବେଳେ ଅଲେଖ ମହାରଣା ୨୦ରୁ ଅଧିକ ଲୋକଙ୍କୁ ଆଣି ତାଙ୍କ ସ୍ତ୍ରୀ ସାବିତ୍ରୀ ମହାରଣାଙ୍କୁ ନିସ୍ତୁକ ମାଡ ମାରିବା ସହ ଖୁଣ୍ଟରେ ବନ୍ଧି ଦେଇଥିଲେ । । ପରେ ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’