Masthead

ପୁରୀରେ ପୁଣି ଲାଗୁ ହେବ କର୍ଫ୍ୟୁ

ପୁରୀ (ବଡ଼ ଖବର ବ୍ୟୁରୋ): ପୁରୀରେ ପୁଣି ଲାଗୁ ହେବ କର୍ଫ୍ୟୁ । ସୋମବାର ଠାରୁ ୪୮ଘଣ୍ଟିଆ କର୍ଫ୍ୟୁ ଲାଗୁ କରାଯିବ । ବାହୁଡ଼ା ଯାତ୍ରା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ସିଲ୍ ହେବ ପୁରୀକୁ ସଂଯୋଗ କରୁଥିବା ତିନୋଟି ପ୍ରବେଶ ପଥ । ପୁରୀ ବଡ଼ଦାଣ୍ଡକୁ ଲାଗି କରି ରହିଥିବା ଘର ଗୁଡିକ ଉପରେ ଡ୍ରୋନ୍ ଜରିଆରେ ନଜର ରଖାଯିବ। ସେହିପରି ବଡ଼ଦାଣ୍ଡକୁ ଲାଗି ରହିଥିବା ଘର ଗୁଡିକର ପରବାର ଲୋକଙ୍କ ପ୍ରସ୍ତୁତ ହେଉଛି ତାଲିକା । ପରିବାର ସଦସ୍ୟ ବାଦ୍ ଅନ୍ୟ କୌଣସି ଲୋକଙ୍କ ଉପସ୍ଥିତି ନଜର ଆସିଲେ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ପୁରୀ ପ୍ରଶାସନ ସ୍ପଷ୍ଟ କରିଛି ।

ପୁରୀରେ ବଡ଼ଦାଣ୍ଡ ହୋଟେଲ, ଲଜ୍, ଧର୍ମଶାଳା ଆଜିଠୁ ୪ ଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି । ରଥଯାତ୍ରା ସମୟରେ ବିଶୃଙ୍ଖଳା ଯେପରି ପୁନରାବୃତ୍ତି ନହେବ, ସେଥିପ୍ରତି ବାହୁଡ଼ା ଆଗରୁ ସମସ୍ତ ଦିଗ ପ୍ରତି ଧ୍ୟାନ ଦେଇଛି ପୁରୀ ପ୍ରଶାସନ। ବଡ଼ଦାଣ୍ଡକୁ ଲାଗି କରି ରହିଥିବା ଘର ଗୁଡିକରୁ ବାହାରି ଯେପରି କେହି ରଥଯାତ୍ରା ଦର୍ଶନ କରିପାରିବେ ନାହିଁ, ସେଥିପ୍ରତି କଡା ନଜର ଦିଆଯାଇଛି । ବାହୁଡ଼ା ଯାତ୍ରା ସମୟରେ କେବଳ ଜରୁରୀକାଳିନ ସେବାକୁ ବାଦ୍ ଦେଲେ ଅନ୍ୟ କୌଣସି ଗାଡିମୋଟର ଚଳାଚଳ କରିବ ନାହିଁ ବୋଲି ସ୍ପଷ୍ଟ କରିଛି ଜିଲ୍ଲା ପ୍ରଶାସନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ