Masthead

କ୍ୟାନସର ହସ୍ପିଟାଲରେ ଅଘଟଣ: ଟ୍ରାନ୍ସଫର୍ମରକୁ ଛୁଇଁ ରୋଗୀ ମୃତ

କଟକ (ବଡ଼ ଖବର ବ୍ୟୁରୋ): କଟକର ଆଚାର୍ଯ୍ୟ  ହରିହର କ୍ୟାନସର ହସ୍ପିଟାଲରେ ଅଘଟଣ । ଟ୍ରାନ୍ସଫର୍ମରକୁ ଛୁଇଁ ରୋଗୀଙ୍କ ଆତ୍ମହତ୍ୟା। ଦୁଇ ଦିନ ପୂର୍ବରୁ ଆଚାର୍ଯ୍ୟ  ହରିହର କ୍ୟାନସର ହସ୍ପିଟାଲରେ ରୋଗୀ ସେବା ବିପର୍ଯ୍ୟସ୍ତ ଆଉ କିଛି ସମାଜସେବୀ ହସ୍ପିଟାଲରେ କରୁଛନ୍ତି ରୋଗୀ ସେବା ଖବର ପ୍ରକାଶ କରାଯାଇଥିଲା । ତାହା ପ୍ରମାଣ କରିଦେଲା ରୋଗୀ ସେବା କିଭଳି ଚାଲିଛି କ୍ୟାନସର ହସ୍ପିଟାଲରେ। ମୃତ ରୋଗୀ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଅଞ୍ଚଳର ପ୍ରକାଶ ବଳିୟାନ ସିଂ । ଶବକୁ ମେଡ଼ିକାଲ ଫାଣ୍ଡି ପୋଲିସ୍ ଆଶୁ ଚିକିତ୍ସା କେନ୍ଦ୍ରରେ ରଖିଛି ।

ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବ୍ରେନ୍ ଟ୍ୟୁମର ଅପରେସନ ପରେ ତାଙ୍କର କ୍ୟାନସର ଥିବା ଜଣାପଡିବା ପରେ ସେ କିଛି ମାସ ହେଲା ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୧୬ ତାରିଖରେ ପ୍ରକାଶ ହସ୍ପିଟାଲରେ ଆଡିମିସନ୍ ହୋଇଥିଲେ । ତାଙ୍କର ରେଡିଏସନ୍ ଚିକିତ୍ସା ଚାଲୁଥିଲା । ଓ୍ବାର୍ଡରେ ବେଡ୍ ନଥିବାରୁ ସେ ଧର୍ମଶାଳାରେ ରହି ଚିକିତ୍ସା ହେଉଥିଲେ । ତାଙ୍କ ପାଖରେ ପତ୍ନୀ ଏବଂ ଅନ୍ୟ ସମ୍ପର୍କୀୟମାନେ ଥିଲେ । ଶନିବାର ରାତିରେ ସେ ଧର୍ମଶାଳାରୁ ବାହାରି ପାଖରେ ଥିବା ଟ୍ରାନ୍ସଫର୍ମରର ପାଚେରି ଡେଇଁ ଭିତରେ ପଶିଥିଲେ ।

ଟ୍ରାନ୍ସଫର୍ମରରେ ଓହଳି ଥିବା ତାରକୁ ପ୍ରକାଶ ଧରି ଓହଳି ପଡିଵା ମଧ୍ୟରେ କରେଣ୍ଟ ଆଘାତରେ ଦୂରକୁ ଛିଡିକି ପଡିଥିଲେ । ଶଦ୍ଦ ଶୁଣି ପାଖରେ ଥିବା ଅନ୍ୟ ରୋଗୀ ମାନେ ଦୌଡ଼ି ଯାଇ ତାଙ୍କୁ ଉଠାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଆଶୁ କେନ୍ଦ୍ରକୁ ପଠାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା