Masthead

ବଢୁଛି ଡେଲଟା ଭାଇରସ ଚିନ୍ତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଡେଲଟା ଭାଇରସ କାରଣରୁ ଦେଶରେ ବଢୁଛି ଚିନ୍ତା । ପ୍ରାୟ ୧୦୦ ଦେଶକୁ ବ୍ୟାପିଲାଣି ଏହି ଭାଇରସ। ଡେଲ୍‌ଟା ଭାଇରସ ଯୋଗୁଁ ଇଣ୍ଡୋନେସିଆ, ଆମେରିକା, ଅଷ୍ଟ୍ରେଲିଆରେ ସଂକ୍ରମଣ ବୃଦ୍ଧି ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଆମେରିକାର ବିଶିଷ୍ଟ ସଂକ୍ରାମକ ରୋଗ ବିଶେଷଜ୍ଞ ଡ .ଆନ୍ଥୋନୀ ଫୌସିଙ୍କ ମତରେ ଏହି ପ୍ରଜାତି ବିଶ୍ୱର ପ୍ରାୟ ୧୦୦ ଟି ଦେଶରେ ବ୍ୟାପି ସାରିଲାଣି । ୟୁରୋପ୍‌ର ଡ୍ରଗ୍ ରେଗୁଲେଟର କହିଛନ୍ତି ଯେ ଅଗଷ୍ଟ ସୁଦ୍ଧା କୋଭିଡ ସଂକ୍ରମଣର ୯୦ ପ୍ରତିଶତ ମାମଲା ଡେଲ୍‌ଟା ଭାଇରସ ଯୋଗୁଁ ହେବ। ତେଣୁ ଏହାର ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ହେବ।

ଇଣ୍ଡୋନେସିଆରେ ଜୁଲାଇ ମାସର ପ୍ରଥମ ଭାଗରେ ୧୧୪ ଜଣ ଡାକ୍ତରଙ୍କ କୋଭିଡଜନିତ ମୃତ୍ୟ ହୋଇଥିବା ବେଳେ ବିଶେଷଜ୍ଞ ମାନେ ଏହାର କାରଣ ଡେଲଟା ବୋଲି କହିଛନ୍ତି । ‘ଏହା ଯୋଗୁଁ ହସ୍ପିଟାଲ ବେଡ୍‌ ଏବଂ ଅକ୍ସିଜେନର ଆବଶ୍ୟକତାରେ ବୃଦ୍ଧି ଘଟିଛି। ଥାଇଲାଣ୍ଡ, ଭିଏତନାମା ଏବଂ ମାଲେସିଆ ପରି ଦେଶରେ ଟିକାକରଣ ମନ୍ଥର ଗତିରେ ଚାଲିଥିବାରୁ ଡେଲଟା ଭାଇରସ ଚିନ୍ତାଜନକ ବିଷୟ ପାଲଟିଛି।

ଆମେରିକାରେ ଡେଲଟା ଭ୍ୟାରିଆଣ୍ଟ ଯୋଗୁଁ ଏହି ସପ୍ତାହରେ ସଂକ୍ରମଣ ସଂଖ୍ୟା ୭୦ ପ୍ରତିଶତ ଏବଂ ମୃତ୍ୟୁ ସଂଖ୍ୟା ୨୬ ପ୍ରତିଶତ ପାଇଛି। ଜୁନ୍ ମାସରେ ସଂକ୍ରମଣ ମାମଲାରେ ସାମାନ୍ୟ ହ୍ରାସ ଦେଖା ଦେଇଥିବା ବେଳେ ଏବେ ଦୈନିକ ସଂକ୍ରମଣ ସଂଖ୍ୟା ୨୬ ହଜାରରୁ ଅଧିକ ରହିଛି। ଅଷ୍ଟ୍ରେଲିଆରେ ପ୍ରାୟ ୨୫ ନିୟୁତ ଲୋକ ଡେଲଟା ଭାରିଆଣ୍ଟର ସଂକ୍ରମଣକୁ ରୋକିବା ପାଇଁ ଲକଡାଉନରେ ରହୁଛନ୍ତି। ଅଷ୍ଟ୍ରେଲିଆ କର୍ତ୍ତୃପକ୍ଷ କହିଛନ୍ତି, ଦେଶବ୍ୟାପୀ ନୂତନ ସଂକ୍ରମଣରେ ସାମାନ୍ୟ ହ୍ରାସ ପରେ ଅତ୍ୟଧିକ ସଂକ୍ରମଣକୁ ରୋକିବା ପାଇଁ କିଛି ଅଞ୍ଚଳରେ ଲକଡାଉନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ