Masthead

ୟୁପି କଂଗ୍ରେସରେ ଫାଟ, ଦଳ ଛାଡ଼ୁଛନ୍ତି ବଡ଼ ବଡ଼ ନେତା

ଉତ୍ତରପ୍ରଦେଶ(ବଡ଼ ଖବର ବ୍ୟୁରୋ): ଉତ୍ତରପ୍ରଦେଶ କଂଗ୍ରେସରେ ଲାଗିଥିବା କଳହ ଏବେ ଚରମ ସୀମାରେ । ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଆସିଥିବା ବେଳେ ଦଳରୁ ଜଣେ ପରେ ଜଣେ ନେତା ଦଳର ହାତ ଛାଡ଼ୁଥିବା ଦେଖିବାକୁ ମିଳୁଛି । କଂଗ୍ରେସର ପ୍ରଭାବୀ ନେତା ଅଙ୍କିତ ପାଣ୍ଡେ ଦଳରୁ ଇସ୍ତଫା ଦେଇଛନ୍ତି । ଯାହାକି ପ୍ରିୟଙ୍କାଙ୍କ ନେତୃତ୍ୱ ଉପରେ ଏକ ବଡ଼ ପ୍ରଶ୍ନ ଉଠାଇଛି । ତେବେ ଉତ୍ତରପ୍ରଦେଶରେ ଜାତିଗତ ରାଜନୀତି ଅଧିକ ହେଉଥିବା ଦେଖିବାକୁ ମିଳେ। ତେଣୁ କଂଗ୍ରେସ ଜାତିଗତ ସମୀକରଣକୁ ନେଇ ଯେଉଁ ରାଜନୀତି କରିବ ବୋଲି ଯୋଜନା କରିଥିଲା ତାହା ଆରମ୍ଭରୁ ଭୁଶୁଡ଼ୁଛି ବୋଲି ଜଣାପଡ଼ିଛି। କାରଣ ଅଙ୍କିତ ପାଣ୍ଡେ ହେଉଛନ୍ତି ବ୍ରାହ୍ମଣ ନେତା ଏହା ପୂର୍ବରୁ ଦଳରୁ ଇସ୍ତଫା ଦେଇଥିବା ଜିତନ ପ୍ରସାଦ ମଧ୍ୟ ଥିଲେ ବ୍ରାହ୍ମଣ ନେତା। ଇସ୍ତଫା ବେଳେ ଅଙ୍କିତ ପାଣ୍ଡେ ୟୁପିର ପିସିସି ସଭାପତି ଅଜୟ କୁମାର ଲଲ୍ଲଙ୍କୁ ଦାୟୀ କରିଛନ୍ତି।

ଲଲ୍ଲୁ ସ୍ୱର୍ଣ୍ଣୋ ବ୍ରାହ୍ମଣ ଜାତି ବିରୋଧରେ ମନ୍ତବ୍ୟ ଦେଉଥିବା ସେ ଅଭିଯୋଗ କରିଛନ୍ତି। ତେଣୁ ଏହାକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିବା ପରେ ଦଳର ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି ବୋଲି ଅଙ୍କିତ କହିଛନ୍ତି। ସେ ଇସ୍ତଫା ଦେବା ବେଳେ କହିଛନ୍ତି, ପିସିସି ସଭାପତି ଲଲ୍ଲୁ ବାରମ୍ବାର ସ୍ୱର୍ଣ୍ଣୋ ଏବଂ ବ୍ରାହ୍ମଣ ବିରୋଧୀ ମାନସିକତା ରଖି ନିଷ୍ପତ୍ତି ନେଉଛନ୍ତି। ତାଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଦଳ ରାଜ୍ୟରେ ଅନେକ କ୍ଷତି ସହୁଛି। ରାଜ୍ୟରେ ବିଜେପି ବିରୋଧରେ ବିକଳ୍ପ ହେବା ପାଇଁ କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ଆଗକୁ ବଢୁଛି ହେଲେ ଏହାକୁ ଦୁର୍ବଳ କରିବା ପାଇଁ ପିସିସି ସଭାପତି ସମସ୍ତ କାମ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ଆଗାମୀ ଦିନରେ କଣ କରିବେ ସେ ନିଷ୍ପତ୍ତି ନେଇ ନାହାନ୍ତି ବୋଲି ସଫେଇ ଦେଇଛନ୍ତି। କିନ୍ତୁ ଅଙ୍କିତ ମଧ୍ୟ ଜିତନଙ୍କ ଭଳି ବିଜେପିରେ ସାମିଲ୍ ହେବାକୁ ଲକ୍ଷ୍ୟ ରଖିଥିବା ସୂଚନା ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ଟଳିଲେ ଆଉ ୨ ଆତଙ୍କୀ 🔴 ଋଷରେ ତୀବ୍ରତର ଭୂମିକମ୍ପ ପରେ ସୁନାମିର ଭୟ 🔴 ପ୍ରଳୟ-୬ ମିସାଇଲର ସଫଳ ପରୀକ୍ଷଣ 🔴 ବଳଙ୍ଗା ନାବାଳିକା ପୋଡି ଘଟଣା, ହେଲାନି ପୀଡ଼ିତାଙ୍କ ବୟାନ ରେକର୍ଡ 🔴 ଲୋକାର୍ପିତ ହେଲା ଦୈନିକ ଖବର କାଗଜ ‘ସମାଲୋଚନା’ 🔴 ହିଡେନ୍ କ୍ୟାମେରା ନେଇ ଶ୍ରୀମନ୍ଦିରକୁ ଯୁବକଙ୍କ ପ୍ରବେଶ