ବାର୍ଡ ଫ୍ଲୁ ରେ ୧୧ ବର୍ଷୀୟ ବାଳକର ମୃତ୍ୟୁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସାରାଦେଶ କରୋନାକୁ ନୋଇ ଚିନ୍ତାରେ ଥିବାବେଳେ ଆଉ ଏକ ଖରାପ ଖବର ସାମ୍ନାକୁ ଆସିଛି । କରୋନାର ଦ୍ବିତୀୟ ଲହରରୁ ମୁକୁଳୁଥିବା ବେଳେ  ତୃତୀୟ ଲହର ଆଶଙ୍କା ବଢ଼ିଯାଇଛି । ତେବେ ଏହାରି ଭିତରେ ମଙ୍ଗଳବାର ଭାରତରେ ବାର୍ଡ ଫ୍ଲୁ ରେ ୧୧ ବର୍ଷୀୟ ବାଳକର ମୃତ୍ୟୁ ହୋଇଛି ।  ବାର୍ଡ ଫ୍ଲୁ ରେ ପ୍ରଥମ ମୃତ୍ୟୁ ଘଟିଛି । ଏହାପରେ ରୋଗୀଙ୍କ ସମ୍ପର୍କରେ ଆସିଥିବା ଦିଲ୍ଲୀ ଏମ୍ସର ସମସ୍ତ ଡାକ୍ତର ଏବଂ କର୍ମଚାରୀଙ୍କୁ ଆଇସୋଲେଟ୍‌ କରାଯାଇଛି।

ସେପଟେ କେରଳେ ଜିକା ଭାଇରସ୍‌ ସଂକ୍ରମଣ ସରକାରଙ୍କ ଚିନ୍ତା ବଢ଼ାଇଛି। ଏବେ ବାର୍ଡ ଫ୍ଲୁରେ ବାଳକର ମୃତ୍ୟୁ ପରେ ସରକାରଙ୍କ ଆଉ ଏକ ଚିନ୍ତା ବଢିଯାଇଛି । ତେବେ ଦେଶର ଦିଲ୍ଲୀ ସମେତ ୮ଟି ରାଜ୍ୟ କେରଳ, ରାଜସ୍ଥାନ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ଗୁଜରାଟ ଏବଂ ହରିଆଣାରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସତର୍କ ସୂଚନା ଜାରି କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ