Masthead

ଚିଠି ଖୋଲିବ କି ମୃତ୍ୟୁର ରହସ୍ୟ ?

ଗଜପତି (ବଡ଼ ଖବର ବ୍ୟୁରୋ): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ । ବିଦ୍ୟାଭାରତୀଙ୍କ ଏକ ହାତ ଲେଖା ଚିଠି ହସ୍ତଗତ ହୋଇଛି । ଯାହା ବୟାନ କରୁଛି ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ । ସୌମ୍ୟରଞ୍ଜନ ଓ ବିଦ୍ୟାଭାରତୀଙ୍କ ବୈବାହିକ ଜୀବନ କିଛି ଠିକ୍ ନଥିଲା । ଉଭୟଙ୍କ ସମ୍ପର୍କ ବି ଭଲ ନଥିଲା ଏବଂ ଏହି ଚିଠିରେ ସେ ସୌମ୍ୟଙ୍କ ସହ ଜୀବନ ବିତାଇବାକୁ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଗଜପତି ପୋଲିସ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ପାଖରେ ପହଞ୍ଚିଛି । ତାଙ୍କୁ ଜେରା କରିଛି। ବିଦ୍ୟାଭାରତୀଙ୍କ ମୋବାଇଲ ଜବତ କରିଛି। ମୋବାଇଲ ଭେରିଫିକେସନ ପାଇଁ ପଠାଇଛି। ସୋମବାର ଗଜପତିରୁ ୬ ଜଣିଆ ପୋଲିସ ଟିମ୍ ଖଇରା ଏବଂ କପ୍ତିପଦା ଗୌଡ଼ଗାଁରେ ପହଞ୍ଚିଥିବା ବେଳେ ତଦନ୍ତ କରିଥିଲା। ମଙ୍ଗଳବାର ମଧ୍ୟ ତଦନ୍ତ ଜାରି ରଖିଥିଲା। ସେପଟେ ସୌମ୍ୟଙ୍କ ପରିବାର ବୋହୂ ଉପରେ ହତ୍ୟା ଅଭିଯୋଗ ଆଣୁଥିବା ବେଳେ ମଙ୍ଗଳବାର କିନ୍ତୁ ବୋହୂ ବିଦ୍ୟାଭାରତୀ ଏହାକୁ ଖଣ୍ଡନ କରିବା ସହ ପାଲଟା ଅଭିଯୋଗ ଆଣିଥିଲେ। ସ୍ବାମୀଙ୍କ ସହିତ ତାଙ୍କର ସଂପର୍କ ଭଲ ଥିଲେ ବି ସୌମ୍ୟଙ୍କର ଅନ୍ୟତ୍ର ସଂପର୍କ ଥିବାର ତାଙ୍କର ସନ୍ଦେହ ଥିବାର ସେ ଏକ ଅଡିଓ ଦେଇଥିଲେ । ଯେଉଁଥିରେ ବିଦ୍ୟାଭାରତୀ ଓ ସୌମ୍ୟଙ୍କର କଥାବାର୍ତ୍ତା ଥିବାର ଦାବି କରାଯାଇଛି ।

ବୈବାହିକ ଜୀବନଠାରୁ ଆରମ୍ଭ କରି ବ୍ୟାଚଲର ପାର୍ଟି ପର୍ଯ୍ୟନ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ ବିଦ୍ୟାଭାରତୀ । ସେପଟେ ଆଇଆଇସି ମମତା ପଣ୍ଡାଙ୍କ ସହିତ ସଂପର୍କକୁ ବିଦ୍ୟାଭାରତୀଙ୍କ ବାପା ସ୍ବୀକାର କରିଥିଲେ । ସୌମ୍ୟଙ୍କର ଅନ୍ୟ ଯୁବତୀଙ୍କ ସହ ସଂପର୍କ ଥିବା କଥା ବିଦ୍ୟାଭାରତୀ କହୁଥିବା ବେଳେ ଏହାକୁ କିନ୍ତୁ ସୌମ୍ୟଙ୍କ ମା’ ଖଣ୍ଡନ କରିଥିଲେ । ହତ୍ୟା ଅଭିଯୋଗକୁ ଏଡ଼େଇବା ପାଇଁ ବିଦ୍ୟାଭାରତୀ ଏମିତି କହୁଛନ୍ତି ବୋଲି ସେ କହିଛନ୍ତି। ମାମଲା ଧିରେ ଧିରେ ଜଟିଳ ହେବାରେ ଲାଗିଛି । ତେବେ କ୍ରାଇମବ୍ରାଞ୍ଚ ତଦନ୍ତରେ ପ୍ରବେଶ କରିବା ପରେ ଖୁବ ଶୀଘ୍ର ସତ ବାହାରିବା ଆଶା କରାଯାଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା