Masthead

ରଥ ଉପରେ କିଏ? ବଡ଼ ଖବର ହାତରେ ବଡ଼ ତଥ୍ୟ

ପୁରୀ(ବଡ଼ ଖବର ବ୍ୟୁରୋ):ବଡ଼ ଖବର ହାତରେ ବଡ଼ ତଥ୍ୟ । ସାର୍ଟପ୍ୟାଣ୍ଟ ପିନ୍ଧି ରଥ ଉପରେ ଚଢ଼ିଥିବା ଯୁବକଙ୍କ ବିଷୟରେ ସବିଶେଷ ତଥ୍ୟ ଲାଗିଛି ବଡ଼ ଖବର ହାତରେ । ଗୋଟେପଟେ ଭକ୍ତକୁ ପୁରୀରେ ବାରଣ କରାଯାଇଥିବା ବେଳେ କ୍ଷମତାଶାଳୀ ଲୋକଙ୍କୁ ଅଟକାଇ ପାରୁନି ପୁରୀ ଜିଲ୍ଲା ପ୍ରଶାସନ । ଯାହାର ଫଟୋ ଭିଡିଓ ଏବେ ଭାଇରାଲ ହେଉଥିବାରୁ ପୁରୀ ଏସପିଙ୍କୁ ଏ ବାବଦରେ ପ୍ରଶ୍ନ କରାଯାଇଥିଲା । କିନ୍ତୁ ଏବାବଦରେ ଯାଞ୍ଚ କରାଯିବ ଏହା କେଉଁ ବର୍ଷର ବୋଲି ବାହାର କରାଯିବ ବୋଲି କହିଥିଲେ ପୁରୀ ଏସପି କନସ୍ୱର ବିଶାଲ ସିଂ । ଯେତେବେଳେ କି ଫଟୋରେ ଯୁବକ ଦୁଇଜଣ ମାସ୍କ ପିନ୍ଧି ଫଟୋ ଉଠାଇଛନ୍ତି ।

ସେହି ସମୟରେ ଏଭଳି କଥା ଶୁଣିବାକୁ ମିଳିଛି ପୁରୀ ଏସପିଙ୍କ ମୁହଁରୁ । ସେପଟେ ଏହାର ଏକ ବଡ଼ ତଥ୍ୟ ମିଳିଛି ବଡ଼ ଖବରକୁ । ବଡ଼ ଖବରକୁ ରଥ ଉପରେ ଚଢ଼ି ଫଟୋ ଉଠାଇଥିବା ଯୁବକଙ୍କ ଫଟୋର ସମୟ ବାବରେ ତଥ୍ୟ ମିଳିଛି । ରଥରେ ସୋମବାର ଦିନ ଏହି ଯୁବକ ଦୁଇଜଣ ଫଟୋ ଉଠାଇଥିବା ବେଳେ ଏହି ଫଟୋ ଦିନ ୨ଟା ୩୦ରୁ ୨ଟା ୪୫ ମଧ୍ୟରେ ଉଠାଯାଇଛି । ତେବେ ପୁରୀବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଲାଗିଛି ୧୪୪ ଧାରା ।

ନିଜ ଘର ଛାତ ଉପରୁ ବି ମହାପ୍ରଭୁଙ୍କୁ ଦେଖିବା ପାଇଁ ବାରଣ କରାଯାଇଛି । ପରିବାର ସଦସ୍ୟଙ୍କ ଠାରୁ ଘରେ ଅଧିକ ଲୋକ ଥିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଝରକାରେ ମଧ୍ୟ ଜଗନ୍ନାଥଙ୍କୁ ଦେଖିବାକୁ ମନା । ଏଭଳି ସମୟରେ ଏହି ଯୁବକ ଦୁଇଜଣ ରଥ ଉପରକୁ ଜିନ୍ ପ୍ୟାଣ୍ଟରେ କିପରି ଗଲେ? ସୁରକ୍ଷା ବ୍ୟବସ୍ଥା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀ କରୁଥିଲେ କ’ଣ? ଏହାକୁ ନେଇ ଏବେ ଉଠିଛି ସବୁଠାରୁ ବଡ଼ ପ୍ରଶ୍ନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ