Masthead

ଅକ୍ସିଜେନ ଅଭାବରୁ ୧୯୫ ରୋଗୀଙ୍କର ମୃତ୍ୟୁ ଘଟିଛି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୫ ଦେଶରେ ଅକ୍ସିଜେନ ଅଭାବରୁ ୧୯୫ ରୋଗୀଙ୍କର ମୃତ୍ୟୁ ଘଟିଛି । ଦିଲ୍ଲୀ ସମେତ ଗୋଆ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଏବଂ ହରିୟାଣାରେ ୧୯୫ ରୋଗୀଙ୍କର ମୃତ୍ୟୁ ହୋଇଛି । ମେ’ ୧ରେ ବାତ୍ରା ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ସଙ୍କଟ ଯୋଗୁଁ ୧୨ ରୋଗୀଙ୍କ ମୃତ୍ୟୁ ହୋଇଥିଲା ବୋଲି ହସ୍ପିଟାଲ୍‌ର ନିର୍ଦ୍ଦେଶକ ଡାକ୍ତର ଏସ୍‌ସିଏଲ୍‌ ଗୁପ୍ତା କହିଥିଲେ। ବାତ୍ରା ହସ୍ପିଟାଲ୍‌ରେ ‌ହୋଇଥିବା ମୃତ୍ୟୁ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦୁଃଖ ପ୍ରକାଶ କରିଥିଲେ। କେଜ୍ରିୱାଲ୍‌ କହିଥିଲେ, ଲୋକମାନଙ୍କୁ ଅକ୍ସିଜେନ୍‌ ଅଭାବରୁ ଏମିତି ଭାବେ ମରୁଥିବା ଆମେ ଦେଖିପାରିବୁ ନାହିଁ।

ଅନ୍ୟପକ୍ଷେ ଗୋଆରେ ମେ’ ୧୧ରୁ ୧୫ ମଧ୍ୟରେ ୮୩ ରୋଗୀଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଛି। ମେ’ ୧୧‌ରେ ଗୋଆ ସ୍ବାସ୍ଥ୍ୟମନ୍ତ୍ରୀ ବିଶ୍ବଜିତ ରା‌ଣେ କହିଥିଲେ, ‘ ଗୋଆ ମେଡିକାଲ୍‌ କଲେଜ୍‌ରେ ଅକ୍ସିଜେନ୍‌ ଅଭାବ ଯୋଗୁଁ ରାତି ୨ରୁ ସକାଳ ୬ ମଧ୍ୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି। ଅକ୍ସିଜେନ୍‌ ଆବଶ୍ୟକତା ପ୍ରାୟ ୧୨୦୦ ସିଲିଣ୍ଡର ଥିଲା ବେଳେ ମାତ୍ର ୪୦୦ ସିଲିଣ୍ଡର୍‌ ମିଳିଥିଲା ବୋଲି ସେ କହିଥିଲେ। ସେହିପରି କର୍ଣ୍ଣାଟକରେ ମେ’ ୨ ଏବଂ ୩ ମଧ୍ୟରେ ୨୪ ରୋଗୀଙ୍କ ଅକ୍ସିଜେନ୍‌ ସ୍ତର କମିଯିବାରୁ ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକ ହାଇକୋର୍ଟ ଦ୍ବାରା ଗଠିତ ଏକ କମିଟି ଅନୁଯାୟୀ ରାଜ୍ୟରେ ୩୬ ଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ‌ହୋଇଛି। ଜିଲ୍ଲାରେ ଅକ୍ସିଜେନ୍‌ ଆଗୁଆ ମହଜୁଦ ନଥିବାରୁ ଏତେ ଅଧିକ ସଂଖ୍ୟାରେ ମୃତ୍ୟୁ ‌ ହୋଇଥିଲା ବୋଲି କମିଟି କହିଥିଲା।

ଏଯାବତ ୨୪ ରୋଗୀଙ୍କୁ କ୍ଷତିପୂରଣ ଦିଆସରିଛି। ଆନ୍ଧ୍ରପ୍ର‌ଦେଶରେ ୪୫ ଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ତେବେ ରାଜ୍ୟ ସରକାର ୨୩ ଜଣଙ୍କ ଅକ୍ସିଜେନ୍‌ ଅଭାବରୁ ମୃତ୍ୟୁକୁ ହାଇକୋର୍ଟରେ ସ୍ବୀକାର କରିଛନ୍ତି। ସେହିପରି ହରିୟାଣାରେ ମଧ୍ୟ ଅକ୍ସିଜେନ୍‌ ଅଭାବରୁ ଏପ୍ରିଲ ୫ରୁ ମେ’ ୧ ମଧ୍ୟରେ ୧୯ ରୋଗୀଙ୍କ ମୃତ୍ୟୁ ହୋଇଯାଇଛି। ସରକାର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି