Masthead

ଖାଇଗଲେ ଲୋକଙ୍କ ଜମା ଟଙ୍କା

ରାୟଗଡ଼ା(ବଡ଼ ଖବର ବ୍ୟୁରୋ): ନକଲି ପାସବୁକ୍, ନକଲି ରସିଦ ଦେଇ ରାୟଗଡ଼ା ଜିଲା କୁମାରଢ଼ାମୁଣି ବ୍ରାଞ୍ଚ ପୋଷ୍ଟଅଫିସରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ । ପ୍ରଚାରପତ୍ର ବାଣ୍ଟିଲା ଭଳି ଜମାକାରୀଙ୍କୁ ବ୍ରାଞ୍ଚ ପୋଷ୍ଟମାଷ୍ଟର ମୁକେଶ କୁମାର ଚୌଧୁରି ଧରାଇଦେଇଛନ୍ତି ପାସବୁକ । ମୋହର ମାରି ଲୋକଙ୍କୁ ଦେଇଛନ୍ତି ନକଲି ରସିଦ ଓ ନଥିପତ୍ର । ଲୋକେ ପୋଷ୍ଟାଲ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହେବା ପରେ ବାବୁଙ୍କ କାରନାମ ପଦାରେ ପଡିଛି । ଫିକ୍ସଡ ଡିପୋଜିଟ, ସୁକକ୍ୟା ଭଳି ବିଭିନ୍ନ ଯୋଜାନାରେ ଲୋକଙ୍କ ଟଙ୍କାକୁ ଆତ୍ମସାତ କରିଛନ୍ତି କୁମାର ଢ଼ାମୁଣିର ବ୍ରାଞ୍ଚ ପୋଷ୍ଟମାଷ୍ଟର ମୁକେଶ କୁମାର ଚୌଧୁରୀ ।

କୁମାରଢ଼ାମୁଣି ନିଜ ଗାଁ ହୋଇଥିବାରୁ ହାକିମାତି ଦେଖାଇ ବର୍ଷ ବର୍ଷ ଧରି ଲୁଟିଚାଲିଛନ୍ତି ଲୋକଙ୍କ କଷ୍ଟାର୍ଜିତ ଟଙ୍କା । ନିଜ ଗ୍ରାମ ସହିତ ଆଖପାଖ ଅଞ୍ଚଳର ଲୋକଙ୍କୁ ଧୋକା ଦେଇ ପ୍ରାୟ ୫୦ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏକା ରାମଚନ୍ଦ୍ର ନୁହନ୍ତି । ଗ୍ରାମର ପୂର୍ବତନ ପୋଷ୍ଟମାଷ୍ଟର ସ୍ୱର୍ଗତ ଦାମୋଦର ଲାବଲାଙ୍କ ଟଙ୍କା ମଧ୍ୟ ହଡପ କରିଥିବା ଅଭିଯୋଗ ହୋଇଛି । ଦାଲାକଦରଙ୍କ ମୃତ୍ୟୁପରେ ନକଲି ଦସ୍ତଖତ କରି ଜମା ଖାତାରୁ ୪୦ହଜାର ଟଙ୍କା ଉଠାଇ ନେଇଯାଇଥିବା ତାଙ୍କ ପୁଅ ହୃଷିକେଶ ଲାବଲା ରାୟଗଡ଼ା ମଣ୍ଡଳର ଡାକ ଅଧିକ୍ଷକଙ୍କୁ ଅଭିଯୋଗ କରିଛନ୍ତିି । କିଛି ଲୋକଙ୍କୁ ସମ୍ପୃକ୍ତ ପୋଷ୍ଟମାଷ୍ଟର ଟଙ୍କା ଫେରାଇଥିବା ବେଳେ ବହୁଲୋକ ଏବେବି ନିଜ ଜମାଟଙ୍କା ପାଇପାରିନାହାନ୍ତି । ଜମା ଟଙ୍କା ଫୋରିବାଇବାରେ ଡାକ ବିଭାଗର ବରିଷ୍ଠ ଅଧିକାରୀ ସହଯୋଗ କରିବେ ବୋଲି ଲୋକଙ୍କ ଆଶା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ