Masthead

୨୦୨୪ ପାଇଁ ମମତାଙ୍କ ପ୍ଲାନ୍…

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ମମତା ବାନାର୍ଜି । ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜି ଜାତୀୟ ସ୍ତରରେ ବିଜେପିର ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି । ପଶ୍ଚିମବଙ୍ଗ ନିର୍ବାଚନରେ ତାଙ୍କର ବହୁ ଚର୍ଚ୍ଚିତ ସ୍ଲୋଗାନ ଖେଲା ହୋବେ କୁ ଜାତୀୟ ସ୍ତରରେ ପହଞ୍ଚାଇବାକୁ ପ୍ରୟାସ କରିଛନ୍ତି । ଆମେ ଲୋକଙ୍କ ପାଇଁ ଆମ ଦେଶ ପାଇଁ ଆମକୁ ଏକଜୁଟ ହେବାକୁ ପଡିବ । ଯଦି ଆମେ ତାହା ନକରିବା ତେବେ ଲୋକମାନେ ଆମକୁ କ୍ଷମା କରିବେ ନାହିଁ ବୋଲି ମମତା ବାନାର୍ଜି କହିଛନ୍ତି । ଏହା ବିଜେପିର ମୁକାବିଲା ପାଇଁ ନୂଆ ସାମୁଖ୍ୟ ହେବ ।

ଖୁବଶୀଘ୍ର ଏବାବଦରେ ଏକ ବୈଠକ ଆୟୋଜନ କରିବେ ବୋଲି କହିଛନ୍ତି । ଅନ୍ୟ ବିରୋଧର ଦଳ ନେତାଙ୍କୁ ମଧ୍ୟ ବୈଠକ କରିବା ପାଇଁ ନିବେଦନ କରିଛନ୍ତି । ମମତାଙ୍କ ଏହି ଭର୍ଚୁଆଲ ରାଲି ହେଉଛି ବହୁ ବର୍ଷ ମଧ୍ୟରେ ଦ୍ୱିତୀୟ । କୋଲକାତା ସମେତ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ଏହାର ଲାଇଭ ସୋ କରାଯାଇଥିଲା । ଜୁଲାଇ ୨୭ରୁ ୩ଦିନିଆ ଗସ୍ତରେ ଦିଲ୍ଲୀ ଯିବା କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ସମୟରେ ଏକ ବୈଠକର ଆୟୋଜନ ହୋଇପାରିବ କି ନାହିଁ ଶରଦ ପାୱାର ଏବଂ ଚିଦାମ୍ବରମଙ୍କୁ ପଚାରିଥିଲେ ମମତା । ପେଗାସସ୍ ପ୍ରସଙ୍ଗରେ ମଧ୍ୟ ମମତା କହିଛନ୍ତି । ସେ ଜାଣିଛନ୍ତି ତାଙ୍କ ଫୋନ ଟ୍ୟାପ ହେଉଛି ।

ସେ ନ୍ସିପି ନେତା ଶରଦ ପାୱାର କିମ୍ବା ଅନ୍ୟ ନେତାମାନଙ୍କ ସହ କଥା ହେଲେ କେନ୍ଦ୍ର ସରକାର ତାହା ଉପରେ ନଜର ରଖୁଛନ୍ତି । ୨୦୨୪ରେ ଲୋକସଭା ନିର୍ବାଚନରେ ଏଭଳି ଗୁଇନ୍ଦଗିରି କାମ ଦେବ ନାହିଁ କହିବା ସହ କ୍ଷମତାକୁ ଆସିଲେ ସମଗ୍ର ଦେଶରେ ମାଗଣା ରାସନ ଦେବେ ବୋଲି କହିଛନ୍ତି । ତେବେ ବିଜେପି ବିରୋଧରେ ବିରୋଧିଙ୍କୁ ଏକଜୁଟ ହେବାକୁ ପଡିବ ବୋଲି ମମତା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ