Masthead

ପଛକୁ ହଟିଲେ ଟ୍ରମ୍ପ, ଆକ୍ରମଣ ଯୋଜନା ସ୍ଥଗିତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଇରାନ୍ ବିରୋଧରେ ବଡ଼ ଆକ୍ରମଣ ଯୋଜାନକୁ ସ୍ଥଗିତ ରଖିଲା ଆମେରିକା । ଏନେଇ ଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡିଲ୍ ନେଇ ଆଜି ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ସମ୍ଭାବନା କହିଲେ ଟ୍ରମ୍ପ । ସାଉଦି ଆରବ, ୟୁଏଇ, କତାରର ମଧ୍ୟସ୍ଥତା ପରେ କଥାବାର୍ତ୍ତା ସମ୍ଭାବନା । ଶୁକ୍ରବାର ଇରାନ୍ ଉପରେ ବଡ଼ ଧରଣର ଆକ୍ରମଣ ଯୋଜନା ଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ସବୁଠୁ ବଡ଼ ଆକ୍ରମଣ ଯୋଜନା ଥିଲା । କିନ୍ତୁ ଇରାନ୍ ସମେତ ସବୁ ସହଯୋଗୀ ରାଷ୍ଟ୍ର ଏପରି ନ କରିବାକୁ ଅନୁରୋଧ କଲେ । ମୁଁ ଆକ୍ରମଣ କରିବାକୁ ଚାହୁଁନି, ଏହାଦ୍ବାରା ସାଧାରଣ ନାଗରିକଙ୍କ ମୃତ୍ୟୁ ହେବ । ହର୍ମୁଜ ପ୍ରଣାଳୀ ଓ ପରମାଣୁ ମୁକ୍ତ ଇରାନ୍‌କୁ ନେଇ ଡିଲ୍ ହେବ ବୋଲି କହିଛନ୍ତି ଟ୍ରମ୍ପ ।

ବିଶ୍ୱ ବଜାରରେ କମିଲା କଚା ତେଲର ଦର । ଆମେରିକା ଓ ଇରାନ ମଧ୍ୟରେ ଉତ୍ତେଜନା କିଛିଟା ହ୍ରାସ ପାଇବା ପରେ ତେଲ ବଜାରରେ ଦେଖିବାକୁ ମିଳିଛି ବଡ଼ ପରିବର୍ତ୍ତନ । ଆମେରିକା ପକ୍ଷରୁ ଇରାନ ଉପରେ ସମ୍ଭାବ୍ୟ ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଆଶଙ୍କା କମିବା ପରେ ନିବେଶକଙ୍କ ମଧ୍ୟରେ ଆଶ୍ୱସ୍ତି ଫେରିଛି । ଏହାର ପ୍ରଭାବରେ ବ୍ରେଣ୍ଟ ଓ WTI କ୍ରୁଡ୍ ଅଏଲ୍‌ର ଦରରେ ହ୍ରାସ ଘଟିଛି । ପୂର୍ବରୁ ମଧ୍ୟପ୍ରାଚ୍ୟରେ ସଂଘର୍ଷ ବଢ଼ିବା ଆଶଙ୍କା ଯୋଗୁଁ କଚା ତେଲ ଦର ବଢ଼ିବା ଆରମ୍ଭ କରିଥିଲା । ବିଶେଷକରି ଇରାନ ସହ ସାମରିକ ବିବାଦ ବଢ଼ିଲେ ବିଶ୍ୱର ତେଲ ଯୋଗାଣ ବାଧାପ୍ରାପ୍ତ ହେବା ନେଇ ଭୟ ରହିଥିଲା । କିନ୍ତୁ ଏବେ ଆଲୋଚନା ଓ କୂଟନୈତିକ ପଦକ୍ଷେପର ସମ୍ଭାବନା ବଢ଼ିବା ପରେ ବଜାରରେ ଚାପ କମିଛି ।

 କ୍ରୁଡ୍ ଅଏଲ୍ ଦର ହ୍ରାସର ସିଧାସଳଖ ପ୍ରଭାବ ଭାରତ ଭଳି ତେଲ ଆମଦାନୀକାରୀ ଦେଶ ଉପରେ ପଡ଼ିପାରେ । କାରଣ ଭାରତ ନିଜର ଆବଶ୍ୟକତାର ବଡ଼ ଅଂଶ ବିଦେଶରୁ କଚା ତେଲ ଆମଦାନୀ କରିଥାଏ । ତେଲ ଦର କମିଲେ ପେଟ୍ରୋଲ, ଡିଜେଲ ଦର ଉପରେ ମଧ୍ୟ ଚାପ କମିବାର ସମ୍ଭାବନା ରହିଛି । ତେବେ ମଧ୍ୟପ୍ରାଚ୍ୟର ପରିସ୍ଥିତି ଏବେ ବି ସମ୍ବେଦନଶୀଳ ରହିଛି । ଆଗାମୀ ଦିନରେ ଆମେରିକା-ଇରାନ ସମ୍ପର୍କ ଓ ବିଶ୍ୱ ରାଜନୈତିକ ପରିସ୍ଥିତି ଉପରେ ହିଁ ନିର୍ଭର କରିବ କଚା ତେଲ ବଜାରର ଗତିପଥ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ