Masthead

ସରକାର ଗଡ଼ାଇଦେଲା ସଫ୍ଟୱେର?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବର୍ତ୍ତମାନ ସମୟରେ ଗୋଟିଏ ପରେ ଗୋଟିଏ ଗୁମର ପେଗାସେସକୁ ନେଇ ଭାରତରେ ଖୋଲିବାରେ ଲାଗିଲାଣି । ଆପଣଙ୍କର ମନେ ଥିଲ ୨୦୧୯ ଜୁଲାଇରେ କର୍ଣ୍ଣାଟକରେ କୁମାରସ୍ୱାମୀ ସରକାରର ପତନ ହୋଇଥିଲା । ଆଉ ତଥ୍ୟ ଏୟା ଆସୁଛି ଯେ ସରକାର ପତନରେ ଇସ୍ରାଏଲ ଏନଏସଓ ଗ୍ରୁପୁ ପେଗାସେସର ଏହି ଆପକୁ ବ୍ୟବହାର କରିଥିଲା । ତତକାଳୀନ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀଙ୍କ ବ୍ୟକ୍ତିଗତ ସଚିବ ସତିଶ, ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର, ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ସଚିବ ଭେଙ୍କଟେଶ୍ୱରଙ୍କ ମୋବାଇଲେ ଏହି ସଫ୍ଟୱେରକୁ ଇନଷ୍ଟଲ କରଯାଇଥିଲା । ସେମାନଙ୍କର ପ୍ରତିଟି କଥା ଏବଂ କାର୍ଯ୍ୟକଳାପକୁ ଏହି ଆପ ଜରିଆରେ ନଜର ରଖାଯାଇଥିଲା ।

ମିଳିଥିବା ସୂଚନା ଅନୁଯାୟୀ ଜେଡିଏସ- କଂଗ୍ରେସ ମେଣ୍ଟ ସରକାରର ପତନରେ ଏହା ପ୍ରମୁଖ ଭୂମିକା ନେବା ସହ ବିଜେପି ସରକାରକୁ ଫେରିଥିଲା । ବିଏସ ୟୁଦୁରପ୍ପା ଏହା ପରେ ସରକାର ଗଠନ କରିଥିଲେ । ୨ ବର୍ଷ ତଳେ ମେଣ୍ଟ ସରକାର ପତନ ବେଳେ ଜଡିତ ଥିବ ବ୍ୟକ୍ତିଙ୍କ ଫୋନ ଗୁଡ଼ିକ ପେଗାସେସ ଦ୍ୱାର ହ୍ୱାକ ହୋଇଥିଲା । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କୁମାରସ୍ୱାମୀ ନିଜ ସରକାରଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ ଚଳାଇଥିବା ବେଳେ କିଛି ନିଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ନମ୍ବରକୁ ହ୍ୟାକ ପାଇଁ ଚିହ୍ନଟ କରାଯାଇଥିଲା । ସେତେବେଳେ ଶାସକ ଦଳର ୧୭ ବିଧାୟକ ଇସ୍ତଫା ଦେବା ପରେ ସରକାର ଆସ୍ଥା ଭୋଟର ସାମ୍ନା କରିଥିଲେ କିନ୍ତୁ ଏଥିରେ ବିଫଳ ହେବାରୁ ସରକାରର ପତନ ହୋଇଥିଲା । ବିଧାୟକ ମାନେ ମୁମ୍ବାଇର ଏକ ହୋଟେଲରେ ଦୀର୍ଘ ସମୟ ଧରି ରହିଥିଲେ ।

କଂଗ୍ରେସ ନେତା ଡି ଶିବକୁମାର ସେମାନଙ୍କୁ ଭେଟିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଏଥିରେ ବିଫଳ ହୋଇଥିଲେ । ପରେ ଯେତେବେଳେ ବିଜେପି ସରକାର ଗଢିଲା ଏସମସ୍ତ ବିଧାୟକ ବିଜେପିରେ ସାମିଲ ହୋଇଥିଲେ । ଭାଜପା ଟିକଟରେ ସେମାନେ ପୁଣି ବିଜୟୀ ହୋଇ ପରେ କିଛି ଜଣ ମନ୍ତ୍ରୀପଦ ପାଇଥିଲେ । ଫ୍ରାନ୍ସର ଫରବିଡେନ ଷ୍ଟୋରିଜ ଗଣମାଧ୍ୟମ ସଂସ୍ଥା ହାଜରେ ଲାଗିଥିବା ଡାଟାବେସରୁ ଏହି ସମସ୍ତ ନମ୍ବର ପ୍ରଘଟ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି