Masthead

କୋଭିଡ୍ ସମୟରେ ୪୦୦୦ କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋଭିଡ ସମୟରେ ୪୦୦୦ କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏକ ରିଟ ପିଟିସନର ଶୁଣାଣି କରି ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଂଘ ,ଓଡିଶା ସପକ୍ଷରେ ନିଷ୍ପତ୍ତି ଦେଇଥିବା ବେଳେ ରାଜ୍ୟ ସରକାର ଏପର୍ୟ୍ୟନ୍ତ ମାନ୍ୟବର କୋର୍ଟଙ୍କ ରାୟକୁ ଅବମାନନା କରିବା ସହ ଛଟେଇ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେଇନାହାନ୍ତି। ପ୍ରତିବାଦ ସ୍ବରୂପ ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଂଘ ,ଓଡିଶା ଏବଂ ଓଡିଶା ଅଭିଭାବକ ମହାସଂଘ ମିଳିତ ହୋଇ ଓସେପା ସମ୍ମୁଖରେ ଧାରଣାରେ ବସିଛନ୍ତି।

ସୂଚନା ଅନୁସାରେ ଏନେଇ ପୂର୍ବରୁ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଓସେପା ଡ଼ାଇରେକ୍ଟର ଅନୁପମ ଶାହାଙ୍କୁ ଯେତେ ଫେରାଦ ଦେଇଥିଲେ ମଧ୍ୟ ଗତ ଦୁଇ ବର୍ଷ ହେବ କୌଣସି ସମାଧାନ ହୋଇନାହିଁ ଯାହା ଦ୍ୱାରା ୪୦୦୦ ନିରୀହ ପରିବାର କଲବଲ ହେଉଥିବା ସଂଘ ପକ୍ଷରୁ କୁହାଯାଇଛି। ଯଦି ଆସନ୍ତା ୭ଦିନ ମଧ୍ୟରେ ପୁନଃ ନିଯୁକ୍ତି ନମିଳେ ତେବେ ୪୦୦୦ ଶିକ୍ଷକ ଓ ପରିବାର ଓସେପା ଗେଟ ତାଲା ପକାଇବା ସହ ରାସ୍ତାରେ ବସିବେ। ଯାହାର ଦାୟୀ ସରକାର ହେବେ ବୋଲି କହିଛନ୍ତି ସଭାପତି ଦୀପିକା ମଞ୍ଜରୀ ମିଶ୍ର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼