କୋଭିଡ୍ ସମୟରେ ୪୦୦୦ କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କୋଭିଡ ସମୟରେ ୪୦୦୦ କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏକ ରିଟ ପିଟିସନର ଶୁଣାଣି କରି ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଂଘ ,ଓଡିଶା ସପକ୍ଷରେ ନିଷ୍ପତ୍ତି ଦେଇଥିବା ବେଳେ ରାଜ୍ୟ ସରକାର ଏପର୍ୟ୍ୟନ୍ତ ମାନ୍ୟବର କୋର୍ଟଙ୍କ ରାୟକୁ ଅବମାନନା କରିବା ସହ ଛଟେଇ ଶିକ୍ଷକଙ୍କୁ ପୁନଃ ନିଯୁକ୍ତି ଦେଇନାହାନ୍ତି। ପ୍ରତିବାଦ ସ୍ବରୂପ ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଂଘ ,ଓଡିଶା ଏବଂ ଓଡିଶା ଅଭିଭାବକ ମହାସଂଘ ମିଳିତ ହୋଇ ଓସେପା ସମ୍ମୁଖରେ ଧାରଣାରେ ବସିଛନ୍ତି।

ସୂଚନା ଅନୁସାରେ ଏନେଇ ପୂର୍ବରୁ ଗଣ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ଏବଂ ଓସେପା ଡ଼ାଇରେକ୍ଟର ଅନୁପମ ଶାହାଙ୍କୁ ଯେତେ ଫେରାଦ ଦେଇଥିଲେ ମଧ୍ୟ ଗତ ଦୁଇ ବର୍ଷ ହେବ କୌଣସି ସମାଧାନ ହୋଇନାହିଁ ଯାହା ଦ୍ୱାରା ୪୦୦୦ ନିରୀହ ପରିବାର କଲବଲ ହେଉଥିବା ସଂଘ ପକ୍ଷରୁ କୁହାଯାଇଛି। ଯଦି ଆସନ୍ତା ୭ଦିନ ମଧ୍ୟରେ ପୁନଃ ନିଯୁକ୍ତି ନମିଳେ ତେବେ ୪୦୦୦ ଶିକ୍ଷକ ଓ ପରିବାର ଓସେପା ଗେଟ ତାଲା ପକାଇବା ସହ ରାସ୍ତାରେ ବସିବେ। ଯାହାର ଦାୟୀ ସରକାର ହେବେ ବୋଲି କହିଛନ୍ତି ସଭାପତି ଦୀପିକା ମଞ୍ଜରୀ ମିଶ୍ର।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ