୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବ ନୂତନ ସଂସଦ ଭବନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ୨୦୨୨ ଅକ୍ଟୋବର ସୁଦ୍ଧା ଶେଷ ହେବ ନୂତନ ସଂସଦ ଭବନ ନିର୍ମାଣ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସରକାର । ସେଣ୍ଟ୍ରାଲ ଭିଷ୍ଟା ଆଭେନ୍ୟୁ ଚଳିତବର୍ଷ ନଭେମ୍ବରରେ ଶେଷ ହେବ ବୋଲି କୁହାଯାଇଛି । କେନ୍ଦ୍ରୀୟ ଭିଷ୍ଟା ମାଷ୍ଟର ପ୍ଲାନ ଅଧୀନରେ ଥିବା କେନ୍ଦ୍ରୀୟ ସଚିବାଳୟ ଭବନ, କେନ୍ଦ୍ରୀୟ ସମ୍ମିଳନୀ କକ୍ଷ, ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଏସପିଜି ଭବନ ଏବଂ ଉପରାଷ୍ଟ୍ରପତିଙ୍କ ଭବନ ପାଇଁ ମେ ୩୧ ତାରିଖରୁ ପରିବେଶ ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରି ମିଳି ସାରିଥିବା ବେଳେ ନୂତନ ସଂସଦ ଭବନ ପାଇଁ ଗତ ବର୍ଷ ଜୁନ ୧୭ ତାରିଖରେ ମଞ୍ଜୁରି ମିଳିଥିଲା। ତେବେ ଏହି ପ୍ରକଳ୍ପର ତାଲିକାଭୁକ୍ତ ହୋଇଥିବା ନିର୍ମାଣ କାର୍ଯ୍ୟ ପାଇଁ କୌଣସି ଐତିହ୍ୟ ଭବନ ଭଙ୍ଗା ଯିବ ନାହିଁ। ଏହା ସହିତ ଜାତୀୟ ସଂଗ୍ରହାଳୟ ମଧ୍ୟ ଗବେଷକଙ୍କ ପାଇଁ ସେବା ଯୋଗାଣ ଜାରି ରଖିବ ବୋଲି କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ