Masthead

ଗୋଟିଏ ଥର ଜେରାରେ ଡିଏଫଓଙ୍କୁ କ୍ଲିନଚିଟ୍ କେମିତି?

ଗଜପତି(ବଡ଼ ଖବର ବ୍ୟୁରୋ): ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଆସିଛି ନୂଆ ମୋଡ଼ । ଏହି ମାମଲାରେ ଡିଏଫଓ ସଂଗ୍ରାମ କେଶରୀଙ୍କୁ କ୍ଲିନଚିଟ୍ । ଆଉ ତାଙ୍କୁ କ୍ଲିନଚିଟ୍ ଦେଇଛନ୍ତି ଗଜପତି ଏସପି ତପନ କୁମାର ପଟ୍ଟନାୟକ । ସେ, କହିଛନ୍ତି, ସୌମ୍ୟଙ୍କ ମୃତ୍ୟୁ ଘଟଣା ସହିତ ଡିଏଫଓଙ୍କ କୌଣସି ସଂପୃକ୍ତି ନଥିବା ଜଣାପଡ଼ୁଛି । ସିଡିଆର୍ ଯାଞ୍ଚରୁ ଡିଏଫଓଙ୍କର ବିଦ୍ୟାଭାରତୀଙ୍କ ସହ ସଂପୃକ୍ତି ନଥିବା ସ୍ପଷ୍ଟ ହୋଇଛି । ଏହି ତଦନ୍ତରେ ପଡୋଶୀଙ୍କୁ ମଧ୍ୟ ପଚରାଉଚରା କରିଥିଲୁ । ଡିଏଫଓ ଓ ବିଦ୍ୟାଭାରତୀଙ୍କ ଘରକୁ ଆସୁଥିବା କେହି କହିନାହାନ୍ତି । କେବଳ ଘଟଣା ଦିନ ହିଁ ଡିଏଫଓ ସ୍ପଟକୁ ଯାଇଥିଲେ । ଏପରିକି ରୋଷେୟାଙ୍କର ମଧ୍ୟ ଏହି ଘଟଣାରେ କୌଣସି ସମ୍ପର୍କ ନଥିବା କହିଛନ୍ତି ଏସପି କହିଛନ୍ତି ।

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ଘଟଣାର ଦୀର୍ଘ ୧୨ ଦିନ ପରେ ଡିଏଫଓଙ୍କୁ ଜେରା କରିଥିଲା ପୋଲିସ । ମାତ୍ର ୩ ଘଣ୍ଟାର ଜେରା ମଧ୍ୟରେ ଡିଏଫଓଙ୍କୁ କ୍ଲିନଚିଟ୍ କିପରି ଦେଲେ ଏସପି ? । ଏଠାରେ ପ୍ରଶ୍ନ ଉଠୁଛି, ଡିଏଫଓଙ୍କୁ ଖସାଇ ଦେବାକୁ କୌଣସି ଷଡ଼ଯନ୍ତ୍ର ଚାଲୁନାହିଁ ତ? ଏହି ଘଟଣାରେ ଗଜପତି ଏସପି ଥରୁଟିଏ ଡିଏସପିଙ୍କୁ ପଚାରି ଜାଣି ପାରିଲେ କେମିତି? ଏପରି ଅନେକ ପ୍ରଶ୍ନ ଏବେ ସାମ୍ନାକୁ ଆସିଛି ।

ଅନ୍ୟପଟେ ଏସ୍‌ପି ଆହୁରି ମଧ୍ୟ କହିଛନ୍ତି- “ବିଦ୍ୟାଭାରତୀ ପଣ୍ଡାଙ୍କ ଘର ଲୋକଙ୍କ ଫୋନକଲ୍‌ ପାଇ ମମତା ପଣ୍ଡା ଯାଇଥିଲେ। ମମତା ବିଦ୍ୟାଙ୍କ ଦୂର ସଂପର୍କୀୟା। ମାନବିକତା ଦୃଷ୍ଟିରୁ ଯାଇଥିଲେ। ସୌମ୍ୟଙ୍କ ମୃତ୍ୟୁ କିପରି ହେଲା, ସେନେଇ ଅଧିକ ତଦନ୍ତ ଆବଶ୍ୟକ।”

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ