Masthead

ସୌମ୍ୟ ମୃତ୍ୟୁ ମାମଲା: ବଲାଙ୍ଗୀର ବ୍ୟାଚଲର ପାର୍ଟିକୁ ନେଇ ତଦନ୍ତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସୁଛି । ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ ରହିଛି ବଲାଙ୍ଗୀର ଲିଙ୍କ୍ । ଏଥିପାଇଁ ବଲାଙ୍ଗିରରେ ପହଞ୍ଚିଛନ୍ତି ପାରଳାଖେମୁଣ୍ଡିର ସ୍ୱତନ୍ତ୍ର ୫ଜଣିଆ ଟିମ୍ । ବ୍ୟାଚଲର ପାର୍ଟି ଆୟୋଜନ ଅଭିଯୋଗର ତଦନ୍ତ ପାଇଁ ବଲାଙ୍ଗିରରେ ପହଞ୍ଚିଥିଲେ ସ୍ୱତନ୍ତ୍ର ଟିମ୍ । ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନାଁରେ ଥିବା ଏହି ଅଭିଯୋଗର ତଦନ୍ତ କରିବ ଏହି ଟିମ୍ । ସେପଟେ ଡିଏଫଓ ଓ ତଦନ୍ତକାରୀ ଅଧିକାରୀଙ୍କ ବୟାନରେ ତାଳମେଳ ରହୁନଥିବା ଦେଖିବାକୁ ମିଳୁଛି । ଯାହା ଘଟଣାକୁ ଆହୁରି ସନ୍ଦେହ ଘେରକୁ ନେଇଯାଉଛି ।

ଏହି ଘଟଣାରେ ଗଜପତି ଏସପି ଡିଏଫଓ ସଂଗ୍ରାମ କେଶରୀ ବେହେରା ଓ ଗୁରାଣ୍ଡିଥାନା ଓଆଇସି ମମତାରାଣୀ ପଣ୍ଡାଙ୍କୁ କ୍ଲିନଚିଟ୍ ଦେଇଥିବା ବେଳେ ସେପଟେ ତଦନ୍ତକାରୀ ଅଫିସର ଏହି ଘଟଣାରେ ଅଧିକ ତଦନ୍ତ କରାଯାଉଛି ବୋଲି ସୂଚନା ଦେଇଛନ୍ତି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି, ତଦନ୍ତ ସରିନଥିବା ବେଳେ ଏସପି ଡିଏଫଓ ଓ ଓଆଇସିଙ୍କୁ କିପରି କ୍ଲିନଚିଟ୍ ଦେଲେ? ଘଟଣାର ୧୨ ଦିନ ପରେ ଡିଏଫଓଙ୍କୁ ତଦନ୍ତ ପରିସରକୁ ଅଣାଯାଇଥିଲା । କିନ୍ତୁ ଗୋଟିଏ ଦିନ ଜେରା ପରେ କିପରି ତାଙ୍କୁ କ୍ଲିନଚିଟ୍ ଦେଲେ ଏସପି, ଡିଏଫଓଙ୍କୁ ଖସାଇ ଦେବାକୁ ଚାଲିନି ତ ଷଡ଼ଯନ୍ତ୍ର? ତାହା ବର୍ତ୍ତମାନ ସନ୍ଦେହ ଘେରରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ