Masthead

କିଏ ଜିତିବ IPL ୨୦୨୬ ମୁକୁଟ ?

ଅହମ୍ମଦାବାଦ (ବଡ଼ ଖବର ବ୍ୟୁରୋ): ଆଜି ହେବାକୁ ଯାଉଛି ଚଳିତ ଆଇପିଏଲ୍‌ର ଫାଇନାଲ୍ ଫାଇଟ୍‌ । ୬୪ ଦିନ ଓ ୭୩ ମ୍ୟାଚ୍‌ର ଘମାଘୋଟ ଲଢ଼େଇ ପରେ ଟ୍ରଫି ଟକ୍କରରେ ମୁହାଁମୁହିଁ ହେବେ ଦୁଇ ଟେବୁଲ୍‌ ଟପର୍‌ ରୟାଲ୍‌ ଚାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ଗୁଜରାଟ ଟାଇଟନ୍ସ (ଜିଟି)। ଉଭୟ ନିଜ ନିଜର ଦ୍ବିତୀୟ ଟ୍ରଫି ଜିତିବାକୁ ଜବରଦସ୍ତ ଯୁଦ୍ଧ କରିବେ । ୨୦୨୨ର ପଦାର୍ପଣ ଋତୁରେ ହିଁ ବିଜେତା ହେବାର ଗୌରବ ଅର୍ଜନ କରିଥିଲା ଗୁଜରାଟ । ଅନ୍ୟପକ୍ଷରେ ୧୮ବର୍ଷର ଅପେକ୍ଷା ପରେ ଗତ ଋତୁରେ ପ୍ରଥମ ଥର ବିଜେତା ହେବାର ସୌଭାଗ୍ୟ ପାଇଥିଲା ବେଙ୍ଗାଲୁରୁ ।

ସେଥିପାଇଁ ବେଙ୍ଗାଲୁରୁ ଲଗାତାର ଟ୍ରଫି ଜିତିବା ଏବଂ ଗୁଜରାଟ ଘରୋଇ ପରିବେଶରେ ବିଜେତା ହେବାର ଗୌରବ ଅର୍ଜନ କରିବା ଲକ୍ଷ୍ୟରେ ରହିବ। ବେଙ୍ଗାଲୁରୁ ଗତବର୍ଷ ଅହମଦାବାଦରେ ବିଜୟ ମୁକୁଟ ପିନ୍ଧିଥିବାରୁ ଏଥର ବି ସେଠାରେ ଲଗାତାର ଦ୍ବିତୀୟ ଥର ଫାଇନାଲ୍‌ ଖେଳି ଦ୍ବିତୀୟ ଟ୍ରଫି ହାତେଇବା ଆଶାରେ ଅଛି। ବେଙ୍ଗାଲୁରୁ ପଞ୍ଚମ ଏବଂ ଗୁଜରାଟ ତୃତୀୟ ଥର ଫାଇନାଲ୍‌ ଖେଳିବ।  ଉଭୟ ଦଳ ଦ୍ୱିତୀୟ ଟାଇଟଲ ହାସଲ କରିବାକୁ ପ୍ରସ୍ତୁତ ରହିଛନ୍ତି । ଫଳରେ ଆଜିର ମ୍ୟାଚ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର