Masthead

୨୦୨୧ର ରଥ ସରିଲା, ୨୦୨୦ର ପ୍ରତିଶ୍ରୁତି ହୋଇନି ପୂରା

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ): ୨୧ର ରଥ ସରିଲା । ହେଲେ ୨୦ର ପ୍ରତିଶ୍ରୁତି ପୂରା ହୋଇନି । ପ୍ରଶାସନ କହିଥିଲା, ମ୍ୟୁଜିୟମ କରି ୩ ରଥ ରଖାଯିବ । ଏଥିଲାଗି ଯୋଜନା ଓ ବଜେଟ ବି ପ୍ରସ୍ତୁତ ହୋଇଥିଲା । କିନ୍ତୁ ସବୁ୍ ପ୍ଲାନ ଖାଲି କଥାରେ ରହିଯାଇଛି । ସେପଟେ ମହାପ୍ରଭୁଙ୍କ ରଥ ଚକା କିଭଳି ନଷ୍ଟ ହେଉଛି, ସେ ନେଇ ଫଟୋ ଛାଡ଼ି ଅଭିଯୋଗ ଲଗାଇଛି ଜଗନ୍ନାଥ ସେନା ।

କୁଆଡେ ଗଲା ପ୍ରଶାସନର ପ୍ରତିଶ୍ରୁତି, ମ୍ୟୁଜିୟମର ନିଷ୍ପତ୍ତି । ଗତବର୍ଷର ରଥ କେଉଁଠି ସଂରକ୍ଷିତ ହେଲା? ବର୍ଷେ ତଳର ୩ ରଥର ଏବେ ସ୍ଥିତି କ’ଣ? ବିନା ଭକ୍ତରେ ଲଗାତର ଦ୍ୱିତୀୟ ବର୍ଷ ସରିଲା ରଥଯାତ୍ରା । କରୋନା ପାଇଁ କଟକଣାରେ ମହାପ୍ରଭୁଙ୍କ ସର୍ବଶ୍ରେଷ୍ଠ ଯାତ୍ରା ଅନୁଷ୍ଠିତ ହୋଇଛି । ପ୍ରଶାସନର କଟକଣାକୁ ସହିଛନ୍ତି ଭକ୍ତ । ଏପରିକି ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କୁ ନିଜ ଘର ଛାତ ଉପରେ ବି ଛିଡ଼ା ହେବାକୁ ଦିଆଗଲା ନାହିଁ । ଚର୍ମଚକ୍ଷୁରେ ଶ୍ରୀଜିଉଙ୍କୁ ଦେଖିପାରିଲେ ନାହିଁ ଲୋକେ । ୨୦୨୦ରେ ଶ୍ରୀମନ୍ଦିର ପ୍ରଶାସନ କହିଥିଲା, ଏଭଳି ବିରଳ ରଥଯାତ୍ରାର ସ୍ମୃତି ପାଇଁ ୩ ରଥକୁ ନଷ୍ଟ ନ କରି ସଂରକ୍ଷିତ କରି ରଖା ହେବ । ମ୍ୟୁଜିୟମରେ ରହିବ । ଏହାକୁ ଭକ୍ତମାନେ ସବୁବେଳେ ଦେଖିବାର ସୁଯୋଗ ପାଇବେ । ସେଥିପାଇଁ ପ୍ଲାନ୍ ହୋଇ ଘୋଷଣା ବି ହେଲା । ବର୍ଷେ ପରେ ମ୍ୟୁଜିୟମ ଓ ରଥ ଖୋଜିଲେ, କିଛି ବି ମିଳୁନି । କୁହାଯାଉଛି, ରଥକୁ ଖୋଲାଯାଇ ସେବେଠାରୁ ଗୁଣ୍ଡିଚା ମନ୍ଦିର ପରିସରରେ ରଖାଯାଇଛି ।

ହେଲେ ଏ ଫଟୋକୁ ଦେଖିଲେ ଲାଗୁଛି ଏହା ସମ୍ପୂର୍ଣ୍ଣ ଭୁଲ । ଏହା ହେଉଛି ମହାପ୍ରଭୁଙ୍କ ରଥର ଚକ । ତିନି ରଥର ଚକ ଏଣେତେଣେ ପଡ଼ିଛି । ନଷ୍ଟ ହେଉଛି । ଅଭିଯୋଗ ଅନୁଯାୟୀ, ଏହା ହେଉଛି ଗୁଣ୍ଡିଚା ମନ୍ଦିରର ଦୃଶ୍ୟ । ବିଭିନ୍ନ ବର୍ଷର ରଥ ଚକକୁ ପ୍ରଶାସନ ଏମିତି ପକାଇ ଦେଇଛି । ଜଗନ୍ନାଥ ସେନା ପକ୍ଷରୁ ଆରୋପ ଲଗାଯାଇଛି । ମହାପ୍ରଭୁଙ୍କ ରଥ ବି ଦେବତା । ଜଗନ୍ନାଥ ସଂସ୍କୃତିରେ ରଥର ମଧ୍ୟ ଅନେକ ମହିମା ରହିଛି । ହେଲେ ରଥକୁ ନେଇ ପ୍ରଶାସନର ପ୍ରତିଶ୍ରୁତି ଧୂଆଁବାଣ ସାଜିଥିବା ବେଳେ ଜଗନ୍ନାଥ ସେନା ଦେଖାଇଥିବା ଚିତ୍ର ଗୁଡ଼ିକ ପ୍ରଶାସନର ଅପାରଗତାକୁ ପଦାରେ ପକାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି