Masthead

ଚର୍ଚ୍ଚାରେ ଦିବ୍ୟାଙ୍ଗ ସେଲୁନବାଲା

ଲଇକେରା (ବଡ଼ ଖବର ବ୍ୟୁରୋ): ଆତ୍ମବିଶ୍ୱାସ ଆଗରେ ହାର ମାନିଛି ଅକ୍ଷମତା। ଦିବ୍ୟାଙ୍ଗ ହେଲେ ବି କରି ପାରୁଛନ୍ତି ନିଜ କର୍ମ। ଏକଥା ଆଶ୍ଚର୍ଯ୍ୟ ହୋଇଥିଲେ ବି ସତ। ଜନ୍ମରୁ ଦୁଇ ହାତ ସମ୍ପୁର୍ଣ୍ଣ କାର୍ଯ୍ୟକ୍ଷମ ନଥିବା ସତ୍ବେ ଏବେ ସେଲୁନ ଖୋଲି ଚର୍ଚ୍ଚାରେ । ଏ ହେଉଛନ୍ତି ଲଇକେରା ବ୍ଲକ କୁଆଁରମାଲ ଗାଁ ର ଦିପକ ବାରିକ୍ । ପରିବାର କହିଲେ ବାପା ମାଆ ଓ ଜଣେ ଭଉଣୀ। ଛୋଟିଆ ସେଲୁନରେ ଯାହା କିଛି ରୋଜଗାର ହୁଏ ସେତିକିରେ ପରିବାର ପ୍ରତିପୋଷଣ କରନ୍ତି। ଟିକିଏ ନଜର ପକାନ୍ତୁ ଏ ଦୃଶ୍ୟ ଉପରେ। ଦିବ୍ୟାଙ୍ଗ ହୋଇଥିବା ସତ୍ତ୍ଵେ ଜଣେ ସାଧାରଣ ବ୍ୟକ୍ତି ଭଲି ଲୋକଙ୍କ ଚୁଟି କାଟୁଛନ୍ତି।

କେବଳ ଯେ ମେସିନରେ ଚୁଟି କାଟୁଛନ୍ତି ତା ନୁହେଁ ବରଂ ଛୁରା କଇଁଚିରେ ବି ଖୁବ୍ ସୁନ୍ଦର ଭାବରେ ଚୁଟି କାଟୁଛନ୍ତି। ଆଧୁନିକ ଷ୍ଟାଇଲରେ ଯିଏ ଯେଉଁ ଷ୍ଟାଇଲ ପସନ୍ଦ କରନ୍ତି ସେହି ଷ୍ଟାଇଲରେ କାଟି ଦିଅନ୍ତି। ଅସ୍ୱାଭାବିକ ହାତ । ଜନ୍ମ ରୁ ହିଁ ତାଙ୍କ ର ଏହି ଅବସ୍ଥା। ଏତେ ଅସୁବିଧା ରେ ମଧ୍ୟ ପାଠ ପଢି ଗ୍ରାଜୁଏଟ ହୋଇଛନ୍ତି। ପ୍ରଥମେ ସେ ହାତ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ। ପ୍ରଥମ ଦିନରେ ସେ ନିଜର ପାରିଶ୍ରମିକ ବାବଦକୁ ୩୫ ଟଙ୍କା ରୋଜଗାର କରିବା ପରେ ଆହୁରି ଉତ୍ସାହିତ ହୋଇଥିଲେ। ଆଖପାଖ ଅଞ୍ଚଳରେ ତାଙ୍କ ସେଲୁନର ବେସ ଚାହିଦା ରହିଛି।

ସେଲୁନରୁ ଯାହା କିଛି ରୋଜଗାର କରନ୍ତି ଖିଆପିଆ ଓ ରୋଗିଣା ବାପାଙ୍କ ଔଷଧ କିଣାରେ ନିଅଣ୍ଟି ହୋଇପଡୁଛି। ସରକାର ତାଙ୍କୁ କିଛି ସହାୟତା କଲେ ସେ ଉପକୃତ ହେବା ସହ ଆହୁରି ଆଗକୁ ବଢିପାରିବେ ବୋଲି ଆଶା କରିଛନ୍ତି। ଦିପକ ଆଜି ନିଜ ଆତ୍ମବିଶ୍ବାସ ଯୋଗୁଁ କାହା ଆଗରେ ମୁଣ୍ଡ ନୁଆଁଇ ନାହାନ୍ତି। ଯଦି ସରକାରୀ ସହାୟତା ଏବଂ ସରକାରୀ ତାଲିମ ଯୋଗାଇଦିଆଯାଏ ତେବେ ନିଶ୍ଚୟ ସେ ଆଗାମୀ ଦିନରେ ଦୁଇ ପଇସା ରୋଜଗାର କରି ତାଙ୍କ ପରିବାର କୁ ପ୍ରତିପୋଷଣ କରିପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି