Masthead

ଅଭାବ ଅନଟନ ଆଗରେ ବନ୍ଦା ପଡିଛି ଶୈଶବ

ଚିଲିକା (ବଡ଼ ଖବର ବ୍ୟୁରୋ): ଅଭାବ ଅନଟନ ଆଗରେ ବନ୍ଦା ପଡିଛି ଶୈଶବ । ସାଧାରଣ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ବାସ୍ତବ ଚିତ୍ର କିଛି ଅଲଗା ଦେଖିବାକୁ ମିଳୁଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବିରିବାଡିର ମିନତୀ ବେହେରା । ସ୍ୱାମୀ ଭରତ ବେହେରା ଜଣେ ଦିବ୍ୟାଙ୍ଗ । ୫ବର୍ଷରୁ ଉର୍ଦ୍ଧ୍ବ ଭରତ ପକ୍ଷାଘାତରେ ଆକ୍ରାନ୍ତ । ରୋଜଗାର ପାଇଁ ସମ୍ପୂର୍ଣ୍ଣ ଅକ୍ଷମ । ଖେଳକୂଦ ବୟସରେ ହାତରେ ବହି ଧରି ପଢିବା ବଦଳରେ ପରିସ୍ଥିତି ଦୁଇପୁଅଙ୍କୁ ଛେଳି ଜଗିବା ପାଇଁ ବାଧ୍ୟ କରିଛି । ଦୁଇ ଓଳି ଠିକରେ ଗଣ୍ଡେ ଖାଇବାକୁ ପାଉନାହାନ୍ତି ଏହି ପରିବାର ।

ବାରମ୍ବାର ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହେବାପରେ ଏବେ ବର୍ଷେ ହେଲା ଭତ୍ତା ମିଳୁଛି । ସେତିକରେ ପରିବାର ପୋଷିବା କଷ୍ଟକର ହୋଇ ପଡୁଛି । ଭଙ୍ଗା ଦଦରା ଘରେ ଛୁଆପିଲାଙ୍କୁ ଧରି ପଡ଼ି ରହିଛନ୍ତି ମିନତୀ । ଆବାସ ଯୋଜନାରେ ସାମିଲ୍ ହେବା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ନେତା ଓ ଜିଲ୍ଲାପାଳଙ୍କ ଅଫିସ୍ ପର୍ୟ୍ୟନ୍ତ ଘୁରିବୁଲୁଛନ୍ତି ମିନତୀ । ମିଳୁଛି ଖାଲି ପ୍ରତିଶ୍ରୁତି । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଦୁଇ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭରତଙ୍କୁ ତାଲିକା ଭୁକ୍ତ କରାଯାଇଥିଲା । ହେଲେ ରାଜନୈତିକ ଚାଲ ହେତୁ ତାଲିକାରୁ ବାଦ ପଡିଛନ୍ତି ଭରତ ।

ତଦନ୍ତକାରୀ ଟିମ ଭିତିରିଆ କାରବାର କରି ଯୋଗ୍ୟ ହିତାଧିକାରୀଙ୍କ ନାମକୁ ତାଲିକାରୁ ବାଦ ଦେଇଥିବାର କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପଟେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଧିକାରୀ ଚୟନରେ ତ୍ରୁଟି ରହିଥିବା କଥାକୁ ସ୍ୱୀକାର କରିଛନ୍ତି । ସରକାରଙ୍କ ମାଳ ମାଳ ଯୋଜନା କାହାପାଇଁ ? ରାଜନୈତିକ ହସ୍ତକ୍ଷେପ ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇବାରେ ବଞ୍ଚିତ । ତେବେ ତ୍ରୁଟି ସଂଶୋଧନ କରି କେବେ ଭରତ ତାଙ୍କ ସ୍ୱପ୍ନର ଘର ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ