Masthead

ଅଭାବ ଅନଟନ ଆଗରେ ବନ୍ଦା ପଡିଛି ଶୈଶବ

ଚିଲିକା (ବଡ଼ ଖବର ବ୍ୟୁରୋ): ଅଭାବ ଅନଟନ ଆଗରେ ବନ୍ଦା ପଡିଛି ଶୈଶବ । ସାଧାରଣ ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ମାଳମାଳ ଯୋଜନା । ହେଲେ ବାସ୍ତବ ଚିତ୍ର କିଛି ଅଲଗା ଦେଖିବାକୁ ମିଳୁଛି । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ବିରିବାଡିର ମିନତୀ ବେହେରା । ସ୍ୱାମୀ ଭରତ ବେହେରା ଜଣେ ଦିବ୍ୟାଙ୍ଗ । ୫ବର୍ଷରୁ ଉର୍ଦ୍ଧ୍ବ ଭରତ ପକ୍ଷାଘାତରେ ଆକ୍ରାନ୍ତ । ରୋଜଗାର ପାଇଁ ସମ୍ପୂର୍ଣ୍ଣ ଅକ୍ଷମ । ଖେଳକୂଦ ବୟସରେ ହାତରେ ବହି ଧରି ପଢିବା ବଦଳରେ ପରିସ୍ଥିତି ଦୁଇପୁଅଙ୍କୁ ଛେଳି ଜଗିବା ପାଇଁ ବାଧ୍ୟ କରିଛି । ଦୁଇ ଓଳି ଠିକରେ ଗଣ୍ଡେ ଖାଇବାକୁ ପାଉନାହାନ୍ତି ଏହି ପରିବାର ।

ବାରମ୍ବାର ସ୍ଥାନୀୟ ପ୍ରଶାସନର ଦ୍ୱାରସ୍ଥ ହେବାପରେ ଏବେ ବର୍ଷେ ହେଲା ଭତ୍ତା ମିଳୁଛି । ସେତିକରେ ପରିବାର ପୋଷିବା କଷ୍ଟକର ହୋଇ ପଡୁଛି । ଭଙ୍ଗା ଦଦରା ଘରେ ଛୁଆପିଲାଙ୍କୁ ଧରି ପଡ଼ି ରହିଛନ୍ତି ମିନତୀ । ଆବାସ ଯୋଜନାରେ ସାମିଲ୍ ହେବା ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ନେତା ଓ ଜିଲ୍ଲାପାଳଙ୍କ ଅଫିସ୍ ପର୍ୟ୍ୟନ୍ତ ଘୁରିବୁଲୁଛନ୍ତି ମିନତୀ । ମିଳୁଛି ଖାଲି ପ୍ରତିଶ୍ରୁତି । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ଦୁଇ ବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଭରତଙ୍କୁ ତାଲିକା ଭୁକ୍ତ କରାଯାଇଥିଲା । ହେଲେ ରାଜନୈତିକ ଚାଲ ହେତୁ ତାଲିକାରୁ ବାଦ ପଡିଛନ୍ତି ଭରତ ।

ତଦନ୍ତକାରୀ ଟିମ ଭିତିରିଆ କାରବାର କରି ଯୋଗ୍ୟ ହିତାଧିକାରୀଙ୍କ ନାମକୁ ତାଲିକାରୁ ବାଦ ଦେଇଥିବାର କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପଟେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଧିକାରୀ ଚୟନରେ ତ୍ରୁଟି ରହିଥିବା କଥାକୁ ସ୍ୱୀକାର କରିଛନ୍ତି । ସରକାରଙ୍କ ମାଳ ମାଳ ଯୋଜନା କାହାପାଇଁ ? ରାଜନୈତିକ ହସ୍ତକ୍ଷେପ ଯୋଗୁଁ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇବାରେ ବଞ୍ଚିତ । ତେବେ ତ୍ରୁଟି ସଂଶୋଧନ କରି କେବେ ଭରତ ତାଙ୍କ ସ୍ୱପ୍ନର ଘର ପାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ଜନ୍ମବେଦୀରେ ସରିଲା ଲୀଳାଖେଳା, ନୀଳକନ୍ଦରକୁ ଫେରିବେ ନୀଳମଣି 🔴 ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ମନମୋହନ ରିପିଟ୍