ଛାତ୍ରଛାତ୍ରୀଙ୍କୁ ମିଳୁନି ସରକାରୀ ସୁବିଧା

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ମାତ୍ର ସରକାରୀ ନୀତିନିୟମକୁ ମାନି ଚାଲୁଥିବା ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ମିଳୁନି ସରକାରୀ ସୁବିଧା ସୁଯୋଗ କିମ୍ବା ଶିକ୍ଷକ ଓ କର୍ମଚାରୀଙ୍କୁ ମିଳୁନି ଦରମା। ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କୁଞ୍ଜକୋଠି ପଞ୍ଚାୟତ ଖୁରାଣ୍ଟସ୍ଥିତ ବାଲୁଙ୍କେଶ୍ୱର ହାଇସ୍କୁଲରେ ଦେଖିବାକୁ ମିଳିଛି ଏଭଳି ଘଟଣା । ୧୯୯୩ ମସିହାରୁ ସ୍ଥାପିତ ବାଲୁଙ୍କେଶ୍ୱର ହାଇସ୍କୁଲରେ କୁଞ୍ଜକୋଠି ଓ ଜପା ଦୁଇଟି ପଞ୍ଚାୟତର ସାତଟି ଗାଁର ପିଲାମାନେ ପାଠପଢି ଆସୁଛନ୍ତି।

ଦୀର୍ଘ ତିରିଶ ବର୍ଷ ଧରି ସରକାରଙ୍କ ନୀତିନିୟମ ମାନି ବିଦ୍ୟାଳୟରେ ପାଠପଢା ସହ ସମସ୍ତ କାର୍ୟ୍ୟକ୍ରମ ଚାଲିଥିବା ବେଳେ ତାଲିମପ୍ରାପ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନେ ନିରବଚ୍ଛିନ୍ନ ଭାବେ ପାଠପଢାରେ ନିୟୋଜିତ ଅଛନ୍ତି।ଶିକ୍ଷା ବିଭାଗର ଅବହେଳା ଯୋଗୁଁ ବହୁ ବିଳମ୍ବରେ ୨୦୦୯ ମସିହାରେ ବିଦ୍ୟାଳୟକୁ ପରିମିଶନ,୨୦୧୩ମସିହାରେ ରେକଗନେସନ ଓ ପରେ ନୋ-ଅବଜେକ୍ସନ ଓ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ,କଟକଙ୍କ ପକ୍ଷରୁ ଆଫିଲେସନ ମଧ୍ୟ ମିଳିସାରିଛି। ମାତ୍ର ସରକାରୀ ଅନୁଦାନରୁ ବଞ୍ଚିତ ରହିଛି ବିଦ୍ୟାଳୟ ଓ ଏହାର ଛାତ୍ରଛାତ୍ରୀ। ‘କ’ଣ ଆମେ ଓଡ଼ିଶାର ପିଲା ନୁହେଁ’ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଛାତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’