Masthead

କାହିଁକି ଇସ୍ତଫା ଦେଲେ ୟେଦ୍ୟୁରପ୍ପା?

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ):ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବି.ଏସ ୟେଦ୍ୟୁରପ୍ପା । ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି । ଦୁଇବର୍ଷ କାର୍ଯ୍ୟକାଳରେ କାହିଁକି ଇସ୍ତଫା ଦେଲେ ୟେଦ୍ୟୁରପ୍ପା ଏହାକୁ ନେଇ ଆଲୋଚନା ଲାଗି ରହିଛି । ତେବେ କୁହାଯାଉଛି, ରାଜ୍ୟରେ ପ୍ରଶାସନିକ ସ୍ତରରେ ଦୁର୍ନୀତି, ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ପୁଅ ବିଜୟେନ୍ଦ୍ରଙ୍କ ହସ୍ତକ୍ଷେପକୁ ନେଇ ବିବାଦରେ ଥିଲେ ୟେଦ୍ୟୁରପ୍ପା । ତେବେ ଗତ ୨୬ ଜୁଲାଇ ୨୦୧୯ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଠିକ୍ ଦୁଇ ବର୍ଷ ପରେ ସେ କ୍ଷମତାରୁ ଅନ୍ତର ହୋଇଛନ୍ତି ।

ସେ ୨୦୦୭, ୨୦୦୮, ୨୦୧୮ ଓ ୨୦୧୯ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୮ରେ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ସେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବରୁ ସେ ୨୦୦୭ରେ ମାତ୍ର ୭ ଦିନ ଲାଗି ସିଏମ ଦାୟିତ୍ବ ସମ୍ଭାଳିଥିଲେ । ଦୁର୍ନୀତି ମାମଲାରେ ସେ ୨୦୧୧ରେ ଇସ୍ତଫା ଦେଇଥିଲେ । ବିଜେପି ହାଇକମାଣ୍ଡ ସହ ମତପାର୍ଥକ୍ୟ ପରେ ସେ ବିଜେପିରୁ ଇସ୍ତଫା ଦେଇ କର୍ଣ୍ଣାଟକ ଜନତା ପକ୍ଷ ନାମକ ଏକ ଦଳ ଗଠନ କରିଥିଲେ ।

ମାତ୍ର ୨୦୧୪ରେ ସେ ପୁଣି ବିଜେପିରେ ସାମିଲ ହୋଇଥିଲେ । ୨୦୧୮ ମେ ମାସରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ୟେଦ୍ଦି ଏବଂ ମାତ୍ର ୬ ଦିନ ଲାଗି କ୍ଷମତାରେ ରହିଥିଲେ । ଗତ ୨୬ ଜୁଲାଇ ୨୦୧୯ରେ ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବେ ଠିକ୍ ୨ ବର୍ଷ ପରେ ତାଙ୍କୁ କ୍ଷମତା ଛାଡିବାକୁ ପ଼ଡିଛି । ୨୦୧୯ରେ ଏଚଡି କୁମାରସ୍ବାମୀ ସରକାର ଆସ୍ଥାଭୋଟରେ ପରାସ୍ତ ହେବା ପରେ ୟେଦିୟୁରାପ୍ପାଙ୍କୁ ମିଳିଥିଲା ସୁଯୋଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ