Masthead

କାହିଁକି ଇସ୍ତଫା ଦେଲେ ୟେଦ୍ୟୁରପ୍ପା?

ବେଙ୍ଗାଲୁରୁ(ବଡ଼ ଖବର ବ୍ୟୁରୋ):ସୋମବାର କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ବି.ଏସ ୟେଦ୍ୟୁରପ୍ପା । ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି । ଦୁଇବର୍ଷ କାର୍ଯ୍ୟକାଳରେ କାହିଁକି ଇସ୍ତଫା ଦେଲେ ୟେଦ୍ୟୁରପ୍ପା ଏହାକୁ ନେଇ ଆଲୋଚନା ଲାଗି ରହିଛି । ତେବେ କୁହାଯାଉଛି, ରାଜ୍ୟରେ ପ୍ରଶାସନିକ ସ୍ତରରେ ଦୁର୍ନୀତି, ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ପୁଅ ବିଜୟେନ୍ଦ୍ରଙ୍କ ହସ୍ତକ୍ଷେପକୁ ନେଇ ବିବାଦରେ ଥିଲେ ୟେଦ୍ୟୁରପ୍ପା । ତେବେ ଗତ ୨୬ ଜୁଲାଇ ୨୦୧୯ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଠିକ୍ ଦୁଇ ବର୍ଷ ପରେ ସେ କ୍ଷମତାରୁ ଅନ୍ତର ହୋଇଛନ୍ତି ।

ସେ ୨୦୦୭, ୨୦୦୮, ୨୦୧୮ ଓ ୨୦୧୯ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୮ରେ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ସେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବରୁ ସେ ୨୦୦୭ରେ ମାତ୍ର ୭ ଦିନ ଲାଗି ସିଏମ ଦାୟିତ୍ବ ସମ୍ଭାଳିଥିଲେ । ଦୁର୍ନୀତି ମାମଲାରେ ସେ ୨୦୧୧ରେ ଇସ୍ତଫା ଦେଇଥିଲେ । ବିଜେପି ହାଇକମାଣ୍ଡ ସହ ମତପାର୍ଥକ୍ୟ ପରେ ସେ ବିଜେପିରୁ ଇସ୍ତଫା ଦେଇ କର୍ଣ୍ଣାଟକ ଜନତା ପକ୍ଷ ନାମକ ଏକ ଦଳ ଗଠନ କରିଥିଲେ ।

ମାତ୍ର ୨୦୧୪ରେ ସେ ପୁଣି ବିଜେପିରେ ସାମିଲ ହୋଇଥିଲେ । ୨୦୧୮ ମେ ମାସରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ୟେଦ୍ଦି ଏବଂ ମାତ୍ର ୬ ଦିନ ଲାଗି କ୍ଷମତାରେ ରହିଥିଲେ । ଗତ ୨୬ ଜୁଲାଇ ୨୦୧୯ରେ ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବେ ଠିକ୍ ୨ ବର୍ଷ ପରେ ତାଙ୍କୁ କ୍ଷମତା ଛାଡିବାକୁ ପ଼ଡିଛି । ୨୦୧୯ରେ ଏଚଡି କୁମାରସ୍ବାମୀ ସରକାର ଆସ୍ଥାଭୋଟରେ ପରାସ୍ତ ହେବା ପରେ ୟେଦିୟୁରାପ୍ପାଙ୍କୁ ମିଳିଥିଲା ସୁଯୋଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ