Masthead

ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡିଏଭି ପୋଖରୀପୁଟଠାରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ନମ୍ବର ପ୍ରାପ୍ତ କରିଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଭବ୍ୟ ସମାରୋହକୁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଉଦ୍‌ବୋଧନ ଦେଇ ଶ୍ରୀଯୁକ୍ତ ନନ୍ଦ କହିଥିଲେ ଯେ ପରୀକ୍ଷାରେ ବିଷୟଗତ ନମ୍ବର ରଖିବା ସହିତ ନାନାବିଧ ଦକ୍ଷତାର ପରିପ୍ରକାଶ ହିଁ ବିଦ୍ୟାର୍ଥୀର ଯଥାର୍ଥ ପରିଚୟ। ଭବିଷ୍ୟତରେ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା ଓ ଉଦ୍ୟୋଗୀକରଣକୁ ପାଥେୟ କରି ସାମାଜିକ କଲ୍ୟାଣ ନିମନ୍ତେ କାର୍ଯ୍ୟ କରିବା ପ୍ରତ୍ୟେକ ବିଦ୍ୟାର୍ଥୀର ନୈତିକ ଦାୟିତ୍ୱ ହେବା ଉଚିତ ବୋଲି ଶ୍ରୀଯୁକ୍ତ ନନ୍ଦ ପ୍ରକାଶ କରିଥିଲେ।

ଏହି ଅବସରରେ ବିଦ୍ୟାଳୟର ବାର୍ଷିକ ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାର୍ଥୀଙ୍କ ଫଳାଫଳ ପତ୍ରିକା ‘ଏକାନ୍ତିକା’ ଉନ୍ମୋଚିତ ହୋଇଥିଲା। ବିଦ୍ୟାଳୟ ପ୍ରାକ୍-ପର୍ଯ୍ୟାୟର ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରିବେଷିତ ବିରାଜକର୍ଷକ ସମୂହଗାନ ଓ ଛାତ୍ରୀମାନଙ୍କ ଦ୍ୱାରା ଆଦିବାସୀ ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଶ୍ରୀଯୁକ୍ତ ମଦନ ମୋହନ ପଣ୍ଡା ପରିଚୟ ପ୍ରଦାନ କରିବା ସହ ମାନବିକ ମୂଲ୍ୟବୋଧକୁ ରକ୍ଷା କରି ସମାଜରେ ଅଗ୍ରଣୀ ସ୍ଥାନ ଗ୍ରହଣ କରିବା ପାଇଁ କଠୋର ପରିଶ୍ରମ କରିବାକୁ ଆହ୍ୱାନ ଦେଇଥିଲେ।

ଅନ୍ୟପଟେ ଡିଏଭି ଶିକ୍ଷାନୁଷ୍ଠାନ ଜୋନ ଏଫର ସହ ଆଞ୍ଚଳିକ ଅଧିକାରୀ ତଥା ବିଦ୍ୟାଳୟର ଅଧ୍ୟକ୍ଷ ବିପିନ କୁମାର ସାହୁ ଅନୁଷ୍ଠାନର ସଫଳତା ବିବରଣୀ ପାଠ କରିବା ସହ ସମାଜର ଅଗ୍ରଣୀ ସେବକ ଭାବେ ନିଜକୁ ଗଢ଼ିତୋଳିବା ପାଇଁ ବିଦ୍ୟାର୍ଥୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହି ସମାରୋହରେ ଡିଏଭି ଅନୁଷ୍ଠାନ ସମୂହର ଆଞ୍ଚଳିକ ଅଧିକାରୀ ଡ. ସୁଜାତା, ବିଦ୍ୟାଳୟ ପରିଚାଳନା ସମିତିର ପରିଚାଳକ ତଥା ଡିଏଭି ଜୋନ୍- ଇର ସହ ଆଞ୍ଚଳିକ ଅଧିକାରୀ ଶ୍ରୀମତୀ ଇପ୍ସିତା ଦାସ, ଡିଏଭି ପବ୍ଲିକ ସ୍କୁଲ ସିଡିଏ କଟକର ଅଧ୍ୟକ୍ଷା ଶ୍ରୀମତୀ ନମିତା ମହାନ୍ତି ଏବଂ ଡିଏଭି ପବ୍ଲିକ ସ୍କୁଲ କଳିଙ୍ଗନଗରର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଲରାମ ମହାପାତ୍ର ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କ ଉତ୍ତରୋତ୍ତର ଅଭିବୃଦ୍ଧି କାମନା କରିଥିଲେ।

ବିଦ୍ୟାଳୟର ବରିଷ୍ଠ ନିରୀକ୍ଷକ ଶ୍ରୀଯୁକ୍ତ ଶୀତିକଣ୍ଠ ପତିଙ୍କ ପୂର୍ଣ୍ଣ ସହଯୋଗ ଓ ନୀରିକ୍ଷିକାଙ୍କ ସକ୍ରିୟ ଯୋଗଦାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିବା ବେଳେ ଶେଷରେ ବିଦ୍ୟାଳୟର ନିରୀକ୍ଷକ ରଞ୍ଜନ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ 🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି 🔴 ଡିଏଭି ପୋଖରୀପୁଟରେ ମେଧାବୀ ସମ୍ବର୍ଦ୍ଧନା ଉତ୍ସବ 🔴 ପାଖରେ ନଥିଲେ ଆତ୍ମୀୟ, ଶବ ବୋହିଲେ ପୋଲିସ ଅଧିକାରୀ 🔴 ଆଜିଠାରୁ ରତ୍ନଭଣ୍ଡାର ଗଣତି 🔴 ୪ ଦିନ ନିର୍ଧୂମ ବର୍ଷିବ 🔴 ଭରଣପୋଷଣ ନଦେଲେ ଦରମାରୁ କଟିବ ଟଙ୍କା 🔴 ୩ ଜିଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ 🔴 ନେପାଳର ପ୍ରଳୟଙ୍କାରୀ ବନ୍ୟାରେ ଆଉ ୩ ଓଡ଼ିଆ ନିଖୋଜ 🔴 ମହାପ୍ରଳୟରେ ଖିନଭିନ୍ ହୋଇଯାଇଛି ନେପାଳ, ମୃତ୍ୟୁ ସଂଖ୍ୟା ୪୬୯କୁ ବୃଦ୍ଧି