Masthead

ଜାଣନ୍ତୁ କାହିଁକି ଶ୍ରୀବାସ୍ତବରୁ ଶାସ୍ତ୍ରୀ ହେଲେ ଲାଲବାହାଦୁର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ଅକ୍ଟୋବର ୨, ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଦିନ । ୧୯୦୪ ଆଜିର ଦିନରେ ସ୍ୱାଧୀନ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଶାସ୍ତ୍ରିଜୀ ଉତ୍ତରପ୍ରଦେଶର ମୁଗଲସରାଇଠାରେ ଜନ୍ମଗ୍ରହଣ କରିଥିଲେ । ଅତ୍ୟନ୍ତ ସରଳ ସ୍ୱଭାବର ଏହି ମହାନ ଜନନେତାଙ୍କ ବାପାଙ୍କ ନାମ ଥିଲା ସାରଦା ପ୍ରସାଦ ଶ୍ରୀବାସ୍ତବ ଏବଂ ମା’ଙ୍କ ନାମ ରାମଦୁଲାରୀ ଦେବୀ । ଭାରତୀୟ ପରମ୍ପରା ଅନୁଯାୟୀ ବାପାଙ୍କ ସାଙ୍ଗିଆ ଶ୍ରୀବାସ୍ତବ ଆଧାରରେ ଶାସ୍ତ୍ରିଜୀଙ୍କ ନାମ ଲାଲବାହାଦୁର ଶ୍ରୀବାସ୍ତବ ହେବା କଥା ।

ହେଲେ ପରବର୍ତ୍ତୀ ସମୟରେ ସେ ତାଙ୍କ ସାଙ୍ଗିଆ ପରିବର୍ତ୍ତନ କରି ଶାସ୍ତ୍ରୀ କରିଥିଲେ । ଏହା ପଛରେ ଏକ କୌତୁହଳପୂର୍ଣ୍ଣ କାହାଣୀ ରହିଛି । ଆସନ୍ତୁ ଜାଣିବା କ’ଣ ପାଇଁ ଶ୍ରୀବାସ୍ତବରୁ ଶାସ୍ତ୍ରୀ ହେଲେ ଲାଲବାହାଦୁର । ପିଲାବେଳୁ ଅଭାବ ଅନଟନରେ କାଳାତିପାତ କରିଥିଲେ ମଧ୍ୟ ଶାସ୍ତ୍ରିଜୀ ଏକ ଶୋଷଣମୁକ୍ତ, ପ୍ରଗତିଶୀଳ ଭାରତର ସ୍ୱପ୍ନ ଦେଖିଥିଲେ । ସ୍ୱାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ ଓ ଆନ୍ନିବେସାନ୍ତଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ସେ ଜାତିପ୍ରଥାକୁ ଘୋର ବିରୋଧ କରୁଥିଲେ ।

ତାଙ୍କର ଏହି ଆଦର୍ଶକୁ ପରିବାର ଲୋକେ ମଧ୍ୟ ସମର୍ଥନ କରୁଥିଲେ । କାଶୀ ବିଦ୍ୟାପୀଠ ପକ୍ଷରୁ ତାଙ୍କୁ ଶାସ୍ତ୍ରୀ ସାଙ୍ଗିଆ ପ୍ରଦାନ କରାଯାଇଥିଲା । ସେବେଠାରୁ ଆଜିପର୍ଯ୍ୟନ୍ତ ଲାଲବାହାଦୁର ଶ୍ରୀବାସ୍ତବ ବଦଳରେ ସେ ଲାଲବାହାଦୁର ଶାସ୍ତ୍ରୀ ନାମରେ ପ୍ରତିଟି ଭାରତୀୟଙ୍କ ହୃଦୟରେ ବଞ୍ଚି ରହିଛନ୍ତି । ଏପରିକି ତାଙ୍କ ଦାୟାଦମାନେ ମଧ୍ୟ ଆଜି ଶାସ୍ତ୍ରୀ ସାଙ୍ଗିଆ ଧାରଣ କରିଛନ୍ତି । ତାଙ୍କ ସରଳପଣ, ଦୟାଶୀଳ ମନୋଭାବ ଓ ସାଧୁତା ଭାରତର ଯୁବଗୋଷ୍ଠୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ