Masthead

ହାଥରସ ମାମଲା: ମିଛ କହୁଥିଲେ ଏସପି, ଡିଏସପି, ଚାକିରିରୁ ନିଲମ୍ବନ କଲେ ୟୁପି ସରକାର

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ଉତ୍ତରପ୍ରଦେଶ ହାଥରସ ଗଣବଳାତ୍କାର ମାମଲା ଏବେ ରୋଚକ ମୋଡ଼ ନେଇଛି । ପ୍ରାଥମିକ ତଦନ୍ତ ଆଧାରରେ ରାଜ୍ୟ ସରକାର ହାଥରସ ଏସପି ଓ ଡିଏସପିଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି । ଏହି ସମ୍ବେଦନଶୀଳ ଘଟଣାରେ ରାଜ୍ୟ ସରକାର ସ୍ଥାନୀୟ ଥାନାର ଇନ୍ସପେକ୍ଟରଙ୍କ ସମେତ ଅନ୍ୟ କେତେଜଣ ପୋଲିସ କର୍ମଚାରୀଙ୍କୁ ମଧ୍ୟ ନିଲମ୍ବନ କରିଛନ୍ତି । ଏଥିସହ ଏସପି ଓ ଡିଏସପିଙ୍କ ନାର୍କୋ ପଲିଗ୍ରାଫ୍ ଟେଷ୍ଟ କରିବାକୁ ମଧ୍ୟ ୟୁପି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏହି ଗଣବଳାତ୍କାର ମାମଲା ଉତ୍ତରପ୍ରଦେଶ ସରକାରଙ୍କ ଭାବମୂର୍ତ୍ତିରେ କାଳି ବୋଳି ଦେଇଛି ।

ଗତ ୧୪ ତାରିଖରେ ହାଥରସର ଜଣେ ୧୯ ବର୍ଷୀୟ ଦଳିତ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା । ଅଭିଯୁକ୍ତମାନେ ପୀଡ଼ିତାଙ୍କ ଜିଭ କାଟିଦେବା ସହ ବେକ ଓ ମେରୁଦଣ୍ଡ ଭାଙ୍ଗିଦେଇଥିଲେ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ହାଥରସର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଦିଲ୍ଲୀ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଗତ ୩୦ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଦିଲ୍ଲୀ ନିର୍ଭୟା ଘଟଣା ସହିତ ଏହି ଘଟଣାକୁ ତୁଳନା କରି କଂଗ୍ରେସ ଦେଶବ୍ୟାପୀ ଆନ୍ଦୋଳନ କରିଥିଲା । ମାତ୍ର ପୀଡ଼ିତାଙ୍କ ସହ ଗଣବଳାତ୍କାର ହୋଇ ନ ଥିଲା ବୋଲି ହାଥରସ ଏସପି ବିକ୍ରାନ୍ତ ବୀର ଏକ ବୟାନରେ ପ୍ରକାଶ କରିଥିଲେ ।

ସେହିପରି ପୋଲିସ ବିଳମ୍ବରେ ମାମଲା ରୁଜୁ କରିବା, ପୀଡ଼ିତାଙ୍କ ମୃତଦେହକୁ ପୋଲିସ ତରବରିଆ ଭାବେ ପରିବାର ଲୋକଙ୍କ ଅନୁପସ୍ଥିତିରେ ରାତିଅଧରେ ଦାହ କରିବା ଆଦି ସଙ୍ଗିନ ଅଭିଯୋଗମାନ ରହିଥିଲା । ପୀଡ଼ିତାଙ୍କ ଗାଁକୁ ଗଣମାଧ୍ୟମ ପ୍ରତିନିଧି ଏପରିକି କଂଗ୍ରେସ ନେତା ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପୋଲିସ ଛାଡ଼ି ନ ଥିଲା । ଏ ସବୁ ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ୟୁପି ସରକାର ଚାପରେ ରହିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ