Masthead

ଟୋକିଓ ଅଲିମ୍ପିକ୍ସ: ବକ୍ସିଂରେ କ୍ୱାର୍ଟରଫାଇନାଲରେ ସତୀଶ କୁମାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ବକ୍ସିଂ ସୁପର ହେଭି ବର୍ଗରେ ଭାରତ ପାଇଁ ପଦକ ଆଶା ଦେଖାଦେଇଛି । ସତୀଶ କୁମାର ଏହି ବର୍ଗରେ ଆଜି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ରାଉଣ୍ଡ ୧୬ର ଏକ ମ୍ୟାଚରେ ଜାମାଇକାର ରିକାର୍ଡୋଙ୍କୁ ୪-୧ରେ ହରାଇ କ୍ୱାର୍ଟର ଫାିନାଲରେ ପ୍ରବେଶ କରିଛନ୍ତି ସତୀଶ । ତେବେ ସତୀଶଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ସ । ରିକାର୍ଡୋଙ୍କର ମଧ୍ୟ ଏହା ପ୍ରଥମ ଅଲିମ୍ପିକ୍ସ । ରିକାର୍ଡୋଙ୍କର ଦୁର୍ବଳ ଫୁଟୱାର୍କର ଫାଇଦା ନେଇ ତାଙ୍କର ପ୍ରତିଟି ଆକ୍ରମଣକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିଥିଲେ ସତୀଶ ।

୨୦୧୬ରେ ରିଓ ଅଲିମ୍ପିକ୍ସ ପାଇଁ ସତୀଶ ଯୋଗ୍ୟତା ଅର୍ଜନ କରିପାରିନଥିଲେ । କିନ୍ତୁ ଏସିଆନ ଅଲିମ୍ପିକ୍ସ କ୍ୱାଲିଫାୟରର୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏବଂ ଟୋକିଓ ପାଇଁ ଟିକେଟ ପାଇଥିଲେ । ୧୯୯୬ ପରଠୁ ଜାମାଇକାରୁ କୌଣସି ବକ୍ସର ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ନଥିବା ବେଳେ ଏଥର ୩୧ ବର୍ଷୀୟ ରିକାର୍ଡୋ ଏହି ସଫଳତା ହାସଲ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା