Masthead

ଟୋକିଓ ଅଲିମ୍ପିକ୍ସ: ବକ୍ସିଂରେ କ୍ୱାର୍ଟରଫାଇନାଲରେ ସତୀଶ କୁମାର

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ବକ୍ସିଂ ସୁପର ହେଭି ବର୍ଗରେ ଭାରତ ପାଇଁ ପଦକ ଆଶା ଦେଖାଦେଇଛି । ସତୀଶ କୁମାର ଏହି ବର୍ଗରେ ଆଜି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ରାଉଣ୍ଡ ୧୬ର ଏକ ମ୍ୟାଚରେ ଜାମାଇକାର ରିକାର୍ଡୋଙ୍କୁ ୪-୧ରେ ହରାଇ କ୍ୱାର୍ଟର ଫାିନାଲରେ ପ୍ରବେଶ କରିଛନ୍ତି ସତୀଶ । ତେବେ ସତୀଶଙ୍କର ଏହା ହେଉଛି ପ୍ରଥମ ଅଲିମ୍ପିକ୍ସ । ରିକାର୍ଡୋଙ୍କର ମଧ୍ୟ ଏହା ପ୍ରଥମ ଅଲିମ୍ପିକ୍ସ । ରିକାର୍ଡୋଙ୍କର ଦୁର୍ବଳ ଫୁଟୱାର୍କର ଫାଇଦା ନେଇ ତାଙ୍କର ପ୍ରତିଟି ଆକ୍ରମଣକୁ ବେଶ୍ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିଥିଲେ ସତୀଶ ।

୨୦୧୬ରେ ରିଓ ଅଲିମ୍ପିକ୍ସ ପାଇଁ ସତୀଶ ଯୋଗ୍ୟତା ଅର୍ଜନ କରିପାରିନଥିଲେ । କିନ୍ତୁ ଏସିଆନ ଅଲିମ୍ପିକ୍ସ କ୍ୱାଲିଫାୟରର୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏବଂ ଟୋକିଓ ପାଇଁ ଟିକେଟ ପାଇଥିଲେ । ୧୯୯୬ ପରଠୁ ଜାମାଇକାରୁ କୌଣସି ବକ୍ସର ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ନଥିବା ବେଳେ ଏଥର ୩୧ ବର୍ଷୀୟ ରିକାର୍ଡୋ ଏହି ସଫଳତା ହାସଲ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ