Masthead

ବିଶ୍ୱ ବାଘ ଦିବସ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜି ଜୁଲାଇ ୨୯ । ବିଶ୍ବ ବ୍ୟାଘ୍ର ଦିବସ । ବାଘବଂଶ ବୃଦ୍ଧି ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ସାରା ବିଶ୍ୱରେ ପାଳନ କରାଯାଉଛି ଏହି ଦିବସ । ନନ୍ଦନକାନନରେ ମଧ୍ୟ ପାଳନ କରାଯାଇଛି ଏହି ଦିବସ । ନନ୍ଦନକାନନର ଧଳାବାଘ ଗୌରବ ସାରା ବିଶ୍ୱରେ ଭିନ୍ନ ପରିଚୟ ସୃଷ୍ଟି କରିଛି । ବର୍ତ୍ତମାନ ସୁଦ୍ଧା ନନ୍ଦନକାନନରେ ୧୪୦ଟି ଧଳାବାଘ ଜନ୍ମ ନେଇଛନ୍ତି । ସେଥିମଧ୍ୟରୁ ୧୦୪ଟିର ମୃତ୍ୟୁ ହୋଇଯାଇଥିବା ବେଳେ ୩୦ଟି ଧଳାବାଘକୁ ବିଭିନ୍ନ ଚିଡ଼ିଆଖାନାକୁ ପଠାଯାଇଛି ।

ଦେଶରେ ୨୦୦୬ରେ ୧୪୧୧ଟି ବାଘ ଥିଲେ । ୨୦୧୦ରେ ଏହି ସଂଖ୍ୟା ବଢି ୧୭୦୬ରେ ପହଞ୍ଚିଥିଲା । ୨୦୧୪ରେ ୨୨୨୬ ଓ ୨୦୧୮ରେ ୧୯୬୭ ବାଘ ଆମ ଦେଶରେ ଅଛନ୍ତି । ସମଗ୍ର ବିଶ୍ୱରେ ଯେତେ ବାଘ ଅଛନ୍ତି ଭାରତରେ ତା’ର ୭୦ ପ୍ରତିଶତ ବାଘ ଅଛନ୍ତି । ତେବେ ନନ୍ଦନକାନରେ ୩ ପ୍ରଜାତିର ୨୭ଟି ବାଘ ଅଛନ୍ତି । ନାଲିବାଘ-୧୮-ଟି , କଳାଲୋମଯୁକ୍ତ ବାଘ-୩, ୬ଟି ଧଳା ବାଘ ନନ୍ଦନକାନରେ ଅଛନ୍ତ । ବିଶ୍ୱ ବ୍ୟାଘ୍ର ଦିବସ ନନ୍ଦନକାନନରେ ପ୍ରତିବର୍ଷ ପରି ଚଳିତ ବର୍ଷ ନିରାଡ଼ମ୍ବର ଭାବରେ ପାଳନ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା