Masthead

ନ୍ୟୁଜିଲାଣ୍ଡ ପରେ ପାକିସ୍ତାନ ଗସ୍ତ ବାତିଲ କଲା ଇଂଲଣ୍ଡ

(ବଡ଼ ଖବର ବ୍ୟୁରୋ): ପାକିସ୍ତାନକୁ ପୁଣି ଏକ ବଡ଼ ଝଟକା । ନ୍ୟୁଜିଲାଣ୍ଡ ପରେ ଏବେ ପାକିସ୍ତାନ ଗସ୍ତ ବାତିଲ କଲା ଇଂଲଣ୍ଡ । ଇଂଲଣ୍ଡ କ୍ରିକେଟ ବୋର୍ଡ(ଇବିସି) ଏହି ଯାତ୍ରାକୁ ବାତିଲ କରିଦେଇଛି । ଆଇସିସି ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ପାକିସ୍ତାନ ଯିବାକୁ ଥିଲା, କିନ୍ତୁ ବର୍ତ୍ତମାନ ଏହି ଯାତ୍ରା ବାତିଲ କରାଯାଇଛି ।

ନ୍ୟୁଜିଲାଣ୍ଡ ଗସ୍ତ ବାତିଲ ହେବା ପରେ ଇଂଲଣ୍ଡରୁ ମଧ୍ୟ ବିବୃତି ଆସିଛି । ଇଂଲଣ୍ଡ ପକ୍ଷରୁ କୁହାଯାଇଛି ଯେ, ଆମେ ସଂପୂର୍ଣ୍ଣ ସ୍ଥତି ଉପରେ ନଜର ରଖିଛୁ । ଦଳର ସୁରକ୍ଷାକୁ ଦୃଷ୍ଟିରେ ରଖି ଆମେ ଏପରି ନିଷ୍ପତ୍ତି ନେଇଛୁ । ଏହା ଆମର ଶେଷ ନିଷ୍ପତ୍ତି ନୁହେଁ । ଦଳ ପାକିସ୍ତାନ ଯିବ କି ନାହିଁ ତାହା ଦିନେ କିମ୍ବା ଦୁଇ ଦିନ ମଧ୍ୟରେ ଘୋଷଣା କରିବୁ । ଏହାପୂର୍ବରୁ ଶୁକ୍ରବାର ଦିନ ନ୍ୟୁଜିଲାଣ୍ଡ କ୍ରିକେଟ ବୋର୍ଡ ଦିନିକିଆ ମ୍ୟାଚ୍ ପୂର୍ବରୁ ସୁରକ୍ଷା ସମ୍ବନ୍ଧୀୟ ଧମକ ପାଇବା ପରେ ପାକିସ୍ତାନ ଗସ୍ତ ବାତିଲ କରିଥିଲା ନ୍ୟୁଜିଲାଣ୍ଡ ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ